www.samajalive.in
Monday, December 8, 2025
20.1 C
Bhubaneswar

ଧାନ ବିକ୍ରୀ ଦାବିରେ ଟିଟିଲାଗଡ ବିଜେପି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଧାରଣା

ଟିଟିଲାଗଡ : ଟିଟିଲାଗଡ ବିଜେପି ପକ୍ଷରୁ ଚାଷୀଙ୍କ ଧାନ ବିକ୍ରୀ ଦାବିରେ ଥାନାରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଆରମ୍ଭ  ହୋଇଛି। ଟିଟିଲାଗଡ଼ ଚାଷୀଙ୍କ ଧାନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡିରେ ଦୀର୍ଘ ୧୫ ଦିନ ହେଲା କ୍ରୟ ନହୋଇ ପଡି ରହିଛି। ଏହାକୁ ନେଇ ଶୁକ୍ରବାର ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା ଦିଆଯାଇଛି। ବିଜେପିର ବହୁ ତୁଙ୍ଗ ନେତା ଏଥିରେ ଉପସ୍ଥିତ ଅଛନ୍ତି। ନଗର ସମ୍ପାଦକ କୁନା ଭାଟି, ସାଂସଦ ପ୍ରତିନିଧି ସୁନିଲ ଆଚାର୍ଯ୍ୟ, ସୁନ୍ଦରଲାଲ ଶର୍ମା, ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ଉପସଭାପତି ରାଜେଶ ଅଗ୍ରୱାଲ, ଲିଙ୍ଗରାଜ ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂହ, ଅଶୋକ ମିଶ୍ର, ରିତୁରାଜ୍ ତାଣ୍ଡି, ପ୍ରଶାନ୍ତ ମହାନ୍ତି , ରାଜୁ ରାଓ, ଅସପାଲ୍ ଅଲ୍ଲୀ ପ୍ରାମୁଖ ଧାରଣାରେ ବସିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories