www.samajalive.in
Tuesday, December 9, 2025
16.1 C
Bhubaneswar

ବାଙ୍କୀରେ ଅବକାରୀ ବିଭାଗର ଚଢାଉ; ୪୦୦ଲିଟର ମଦ ଜବତ୍‍, ୨ଗିରଫ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଚୋରାମଦ ବ୍ୟବସାୟ ବଢିଚାଲିଥିଲା ବେଳେ ଅସାଧୁ ବ୍ୟବସାୟୀ ମାନେ ସହଜରେ ଖସିଯାଉଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ପ୍ରସ୍ତୁତ ପାଇଁ ମହଜୁଦ୍‍ ଥିବା ହଜାର ହଜାର ଲିଟର ପୋଚ ଜବତ୍‍ କରାଯିବା ସହ ଅବକାରୀ ବିଭାଗ ଏହାକୁ ନଷ୍ଟ କରୁଛି। ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଅବକାରୀ ବିଭାଗ ବିଫଳ ହେଉଛି। ହେଲେ ଗୁରୁବାର ଦିନ ମଧ୍ୟାହ୍ନରେ ବାଙ୍କୀ ଅବକାରୀ ବିଭାଗକୁ ଗୋଟିଏ ବଡ ସଫଳତା ମିଳିଛି। ଅବକାରୀ ଅଧିକାରୀ ଟେଲେସପର୍‍ ଲାକ୍ରା ବିଶେଷ ସୂତ୍ରରୁ ଖବର ପାଇ ବାଙ୍କୀ କଟକ ମୁଖ୍ୟ ରାସ୍ତାର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସାଧା ପୋଷାକରେ ଏକ ସୁଇଫ୍ଟ ଡିଜେଆର କାର ସହିତ ସେଥିରେ ଥିବା ଦେଶୀ ଚୋରା ମଦ ପ୍ଟାଷ୍ଟିକ ବ୍ୟାରେଲକୁ ଜବତ୍‍ କରି ଡ୍ରାଇଭର ସମେତ ଜଣକୁ କାବୁ କରି ଗରିଫ କରିବାରେ ସଫଳ ହୋଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, କାରଟି ବାଙ୍କୀ ଆଡକୁ ସୁଇଫ୍ଟ ଡିଜେଆର କାର ଆସୁଥିବାର ଖବର ପାଇ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇଥିଲେ। କାରରେ ଥିବା ପ୍ଲାଷ୍ଟିକ ବ୍ୟାରେଲରେ ପ୍ରାୟ ୪୦୦ଲିଟର ଚୋରା ମଦ ଥିବା ସୂଚନା ମିଳିଛି। ଏହି ଚଢାଉ ସମୟରେ ବିଶ୍ୱନାଥ ସୋରେନ, ଗୀତାଞ୍ଜଳି ବେହେରା, ସଞ୍ଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା ପ୍ରମୁଖ ସାମିଲ ଥିଲେ। ଆଠଗଡ ଥାନା ଅନ୍ତର୍ଗତ କୋରଗାଁ ଅଞ୍ଚଳରୁ କାରଟି ମଦ ନେଇ ବାଙ୍କୀ ଥାନା ଅନ୍ତର୍ଗତ ତୂଳସୀପୁର ଗ୍ରାମକୁ ଯାଉଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅବକାରୀ ଅଧିକାରୀ କହିଛନ୍ତି। ଆଠଗଡ ଥାନା ସଠିଳ ବାସୁଦେବପୁର ଗ୍ରାମର ଡ୍ରାଇଭର ଅଧିର ନାୟକ(୨୭) ହୋଇଥିଲା ବେଳେ ଗାଡିରେ ଥିବା ଅନ୍ୟ ଅଭିଯୁକ୍ତ ପ୍ରହଲ୍ଲାଦ ପାତ୍ର(୩୧) ମଧ୍ୟ ସେହି ଗ୍ରାମର ବୋଲି ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories