www.samajalive.in
Monday, December 8, 2025
27.1 C
Bhubaneswar

ନିତି ଆୟୋଗ ଜାରି କଲା ନବନ୍ବେଷ ସୂଚକାଙ୍କ, ଶୀର୍ଷ ୫ରେ ରହିଲେ ଏହି ରାଜ୍ୟ

ନୂଆଦିଲ୍ଲୀ: ନିତି ଆୟୋଗ ପକ୍ଷରୁ ବୁଧବାର ୨ୟ ନବନ୍ବେଷ (ଇନୋଭେଶନ ବା ଅଭିନବୀକରଣ) ସୂଚକାଙ୍କ ଜାରି କରାଯାଇଛି। ଏଥିରେ କର୍ନାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ କେରଳ ଶୀର୍ଷ ୫ ରାଜ୍ୟରେ ସ୍ଥାନ ପାଇଛନ୍ତି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ସିଇଓ ଅମିତାଭ କାନ୍ତଙ୍କ ଦ୍ବାରା ଜାରି କରାଯାଇଥିବା ସୂଚକାଙ୍କକୁ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ଆଧାରରେ ବିକଶିତ କରାଯାଇଛି।

ସୂଚକାଙ୍କରେ ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ବିହାର ସବୁଠୁ ତଳ ସ୍ଥାନରେ ରହିଛନ୍ତି। ଭାରତ ନବନ୍ବେଷ ସୂଚକାଙ୍କ ୨୦୨୦ ନବନ୍ବେଷ ବା ଅଭିନବୀକରଣକୁ ପ୍ରୋତ୍ସାହନ ଦେବାରେ ଉଦ୍ୟମ ତଥା ସେ ଦିଗ​‌ରେ ନିଆଯାଇଥିବା ପଦକ୍ଷେପ ଆଧାରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିଭିନ୍ନ ସ୍ଥାନରେ ରଖିଥାଏ। ଅଭିନବୀକରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକର ଶକ୍ତି ଏବଂ ଦୁର୍ବଳତା ଚିହ୍ନଟ କରି ସେହି ଦିଗକୁ ଅଧିକ ମଜଭୁତ କରିବା ଲାଗି ପ୍ରେରିତ କରିବା ଏହି ସୂଚକାଙ୍କର ଉଦ୍ଦେଶ୍ୟ।

- Advertisement -

ଏହି ସୂଚକାଙ୍କରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି। ସେଥିରେ ୧୭ଟି ପ୍ରମୁଖ ରାଜ୍ୟ, ୧୦ ପୂର୍ବାଞ୍ଚଳ ତଥା ପାହାଡ଼ୀ ରାଜ୍ୟ ଏବଂ ୯ ସହରୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଥିଲା।

ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ହାରାହାରି ଅଭିନବୀକରଣ ସୂଚକାଙ୍କ ଅଙ୍କ ୨୫.୩୫ ରହିଥିଲାବେଳେ କର୍ନାଟକ ୪୨.୫ ଅଙ୍କ ସହିତ ଶୀର୍ଷରେ ରହିଛି। ଉଦ୍ୟୋଗ ପୁଞ୍ଜି କାରବାର, ପଞ୍ଜୀକୃତ ଜିଆଇ ଏବଂ ଆଇସିଟି (ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା) ରପ୍ତାନୀ ହେତୁ କର୍ନାଟକକୁ ଏହି ମାନ୍ୟତା ମିଳିଛି।

ଏହି ସୂଚକାଙ୍କରେ ମହାରାଷ୍ଟ୍ର ୩୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିହାର ୧୪.୫ ପଏଣ୍ଟ ସହ ସର୍ବନିମ୍ନ ସ୍ଥାନରେ ରହିଛି। ଦକ୍ଷିଣର ୪ଟି ରାଜ୍ୟ ବୃହତ ରାଜ୍ୟ ବର୍ଗରେ ଶ୍ରେଷ୍ଠ ରେ ଅଛନ୍ତି ଏହି ଅବସରରେ ରାଜୀବ କୁମାର କହିଛନ୍ତି ଯେ, ଭାରତରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଏବଂ ନିତି ଆୟୋଗଙ୍କ କାର୍ଯ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରୁଛି ଭାରତୀୟ ପ୍ରତିଭାର ଉନ୍ନତି ପାଇଁ ପୂର୍ବରୁ କିଛି ଯୋଜନା ଚାଲିଛି, ସରକାର ସେଗୁଡ଼ିକୁ ଆହୁରି ଉନ୍ନତ କରିବାକୁ ଚାହୁଁଛନ୍ତି ବୋଲି କୁମାର କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories