www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରେ ଏହି ଉପାୟ

ହାଡ଼ ସହ ଜଡ଼ିତ ବିଭିନ୍ନ ସମସ୍ୟା ବହୁ ଲୋକଙ୍କ ଚିନ୍ତାର ଏକ କାରଣ। ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନ ହାଡ଼ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ନିତିଦିନିଆ କାର୍ୟ୍ୟ ଯୋଗୁ ଆମେ ନିଜର ଖାଦ୍ୟପେୟ, ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନେଇପାରି ନଥାଉ। ଏହି କାରଣରୁ ବିଭିନ୍ନ ପୋଷକ ତତ୍ତ୍ୱର ଅଭାବରେ ଆମ ଆଣ୍ଠୁ ଗଣ୍ଠି ବ୍ୟଥା ଓ ହାଡ଼ ଜନିତ ବିଭିନ୍ନ ସମସ୍ୟା ଦେଖାଯାଏ। କିଛି ସହଜ ଘରୋଇ ଉପାୟ ଅବଲମ୍ବନ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ……
ରସୁଣ –
ନିୟମିତ ରସୁଣ ଖାଇବା ଦ୍ୱାରା ହାଡ଼କୁ ସଠିକ ଭାବେ ପୋଷକ ତତ୍ତ୍ୱ ମିଳିବା ସହ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଅଲ, ଆଣ୍ଟିଫଙ୍ଗଲ, ଆଣ୍ଟିବାୟୋଟିକ, ଆଣ୍ଟି ଇଫ୍ଲେମେଟ୍ରି ଗୁଣ ହାଡ଼ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ବ୍ରୋକୋଲି –
ପୋଷକ ତତ୍ତ୍ୱରେ ଭରପୁର ବ୍ରୋକୋଲି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଖୁବ ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, କାର୍ବୋହାଇଡ଼୍ରେଟ, ପ୍ରୋଟିନ, ଭିଟାମିନ ଏ, ସି, କ୍ୟାଲସିୟମ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ ଆବଶ୍ୟକ।

- Advertisement -

ହଳଦୀ ଗୁଣ୍ଡ –
ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥିବା ବ୍ୟକ୍ତି ମାନେ ନିୟମିତ ହଳଦୀ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ଯନ୍ତ୍ରଣାକୁ ଦୂର କରିବା ସହ ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖେ।

ବଥୁଆ ଶାଗ –
ବଥୁଆ ଶାଗର ରସ ହାଡ଼ ଜନିତ ସମସ୍ତ ସମସ୍ୟା ପାଇଁ ବେଶ ହିତକାରକ। ନିଜ ଖାଦ୍ୟରେ ପ୍ରତିଦିନ ବଥୁଆ ଶାଗ ଖାଇବା ସହ ୧ ଚାମଚ ଏହାର ରସକୁ ମଧ୍ୟ ପିଅନ୍ତୁ। ନିୟମିତ ଏହାକୁ ୨ ମାସ ଖାଇବା ଦ୍ୱାରା ଆପଣ ନିଜେ ଅନୁଭବ କରିବେ ହାଡ଼ ଜନିତ ସମସ୍ତ ସମସ୍ୟା ପାଇଁ ଏହା ଆଶୀର୍ବାଦ।

ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-

ନିୟମିତ ବ୍ୟାୟାମ କରନ୍ତୁ।

ସକାଳ ହେଉ ଅଥବା ସନ୍ଧ୍ୟାରେ ୧୦ ମିନିଟ ନିଶ୍ଚୟ ଚାଲନ୍ତୁ।

ଠିକ ସମୟରେ ଖାଦ୍ୟ ଖାଆନ୍ତୁ।

ଫାଷ୍ଟଫୁଡ଼ ଖାଦ୍ୟ ଖାଆନ୍ତୁ ନାହିଁ।
ବହୁ ସମୟରେ ଏପରି ଦେଖାଯାଏ ଖାଦ୍ୟ ଖାଇବା ସମୟରେ ବହୁ ଲୋକେ ପ୍ରସ୍ତୁତ ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇଥାଆନ୍ତି। ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ବୃଦ୍ଧି ହେବା ସହ ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଏହା ରକ୍ତ ଚାପ ସମସ୍ୟା ସୃଷ୍ଟି କରିଥାଏ।
ସ୍ମରଣ ଶକ୍ତି ମଧ୍ୟ ହ୍ରାସ କରିଥାଏ।
ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଦେଖାଯାଏ।
କେତେ ପରିମାଣରେ ଲୁଣ ଖାଇବା ଉଚିତ –
ଆମେରିକା ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଦିନରେ ସର୍ବମୋଟ ୨ରୁ ସାମାନ୍ୟ ଅଧିକ ଚାମଚ ଲୁଣ ଖାଇବା ଆବଶ୍ୟକ ଅଟେ।
ଯେଉଁମାନଙ୍କର ରକ୍ତ ଚାପ ଭଳି ସମସ୍ୟା ରହିଛି ସେମାନେ ଗୋଟିଏ ଦିନରେ ସର୍ବମୋଟ ଅଧ ଚାମଚରୁ ସାମାନ୍ୟ ଅଧିକ ଲୁଣ ଖାଇବା ଉଚିତ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories