www.samajalive.in
Thursday, December 11, 2025
27.1 C
Bhubaneswar

ଯୋଗ୍ୟତା ମାଟ୍ରିକ, ସୋଲାର ଦେଇଛି ରୋଜଗାର

ଜେମାଦେଇପେଣ୍ଠ: ଆଜିକାଲିର ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ସ୍ବାବଲମ୍ବୀ ହେବା ନିହାତି ଦରକାର। ଏହି କଥାକୁ ଭଲ ରୂପେ ହୃଦୟଙ୍ଗମ କରିଥିଲେ ରାୟଗଡ଼ା ବ୍ଲକ ବଡ଼ ଇରୁକବାଡ଼ି ଗ୍ରାମର ୨୬ବର୍ଷୀୟ ଯୁବକ ନରେଶ ରାମ ପୁରୀ। ଶିକ୍ଷାଗତ ଯୋଗ୍ୟତା ମାତ୍ର ଦଶମ ଶ୍ରେଣୀ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ଜଣେ ଉଦୀୟମାନ ଚାଷୀ ରୂପେ ଆଖପାଖ ଅଞ୍ଚଳରେ ସେ ପରିଚିତି ଲାଭ କରିଛନ୍ତି। ଗାଁକୁ ଆସିଥିବା ଏକ ସୋଲାର ଜଳପ୍ରକଳ୍ପର ପ୍ରଚାର ଗାଡ଼ି ତାଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିପାରିଛି।

ଆର୍ଥିକ ଦୃଷ୍ଟିରୁ ପରିବାର ସେତେ ସ୍ୱଚ୍ଛଳ ନ ଥିଲେ ମଧ୍ୟ ନିଜ ଗାଁ ପାଖ ପାହାଡ଼ ପାଖରେ ଥିବା ୫ଏକର ଜମିରେ ସୋଲାର ପମ୍ପ ବସାଇବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ରିଆତିରେ ଏକ ଲକ୍ଷ କୋଡିଏ ହଜାର ଟଙ୍କା ବିନିମୟରେ ଏକ ସୋଲାର ପମ୍ପ ଯୋଗାଇ ଦିଆଗଲା, ଫଳରେ ପ୍ରତିବର୍ଷ ବିଭିନ୍ନ ପନିପରିବା ସାଙ୍ଗକୁ କଦଳୀ, ବିଲାତି ବାଇଗଣ, ଅମୃତଭଣ୍ଡା ଓ ସୂର୍ୟ୍ୟମୁଖି ଫୁଲ ଚାଷ କରିବା ସେ ଆରମ୍ଭ କରିଥିଲେ। ସୋଲାର ପମ୍ପ ବସାଇବା ସମୟରେ ଶ୍ରମିକ ମଜୁରି ବାବଦରେ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଇଥିଲା। ଫଳରେ ଆଜି ସେ ମାସକୁ ୨୦ ହଜାରରୁ ୨୧ ହଜାର ଟଙ୍କା ଆୟ କରି ଆତ୍ମନିର୍ଭଶୀଳ ହୋଇପାରିଛନ୍ତି। ନିକଟସ୍ଥ ରାୟଗଡ଼ା ସହରରୁ ପ୍ରତିଦିନ ଛୋଟବଡ଼ ବେପାରୀ ତାଙ୍କଠାରୁ ପରିବା କିଣି ସ୍ଥାନୀୟ ବଜାରରେ ବିକ୍ରି କରିଥା’ନ୍ତି। ଏହି ଦୁଇବର୍ଷ ମଧ୍ୟରେ ସୂର୍ୟ୍ୟମୁଖି ଫୁଲ ଚାଷ କରି ପ୍ରାୟ ୪୫ ହଜାର ଟଙ୍କା ସେ ରୋଜଗାର କରିଥିବା କହିଛନ୍ତି ନରେଶ। ତାଙ୍କର ଏହି ଉଦ୍ୟମରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ରୋଜଗାର ଯୋଗାଇଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories