www.samajalive.in
Monday, December 8, 2025
17.1 C
Bhubaneswar

ପର୍ଯ୍ୟଟକଙ୍କ ଗାଡିକୁ ଦାନ୍ତରେ ଟାଣି ଧରିଲା ବାଘ

ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ବହୁ ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଖୁବ ମଜା ଚକିତ ସହ ଭୟ ମଧ୍ୟ ଲାଗିଥାଏ। ବିଶେଷ କରି ବନ୍ୟଜନ୍ତୁ ମାନଙ୍କ ଭିଡିଓ ଦେଖିବାକୁ ମଜା ସହ ଅନେକ ସମୟରେ ଭୟ ଲାଗିଥାଏ। କିଛିଦିନ ହେବ ସୋସିଆଲ ମିଡିଆରେ ଏଭଳି ହିଁ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓଟି ଏକ ଜାତୀୟ ଉଦ୍ୟାନର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖାଯାଉଛି ଏକ ବାଘ ସଫାରୀ ଗାଡିକୁ ନିଜ ଦାନ୍ତରେ କାମୁଡି ପଛକୁ ଟାଣି ଧରିବାରେ ଲାଗିଛି। ବାଘର ଶକ୍ତି କଳ୍ପନା ଠାରୁ ଅଧିକ ତାହା ସଭିଁଙ୍କୁ ଜଣା। ମାତ୍ର ସାମ୍ନାରେ ବାଘର ଏପରି ଶକ୍ତି ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।
ଭିଡିଓଟି କିଛି ଦିନ ପୂର୍ବରୁ ହିଁ ସୋସିଆଲ ମିଡିଆରେ ଶେୟାର ହୋଇଛି। ବର୍ତ୍ତମାନ ହଜାର ହଜାର ଲୋକେ ଏହି ଭିଡିଓକୁ ଦେଖି ସାରିବା ସହ ଖୁବ ଶେୟାର କରାଯାଉଛି। ଅଧିକାଂଶ ଲୋକେ ଜଙ୍ଗଲକୁ ସଫାରୀ ପାଇଁ ଗଲେ ବହୁ ବନ୍ୟଜନ୍ତଙ୍କ ଫଟୋ ଓ ଭିଡିଓ ଶେୟାର କରିଥାଆନ୍ତି। ଯାହା କି ବହୁ ଲୋକଙ୍କ ମନ କିଣିଥାଏ।
ଏହି ଭିଡିଓ ଟିର ସମୟ ସୀମା ୧ମିନିଟ ୩୦ ସେକେଣ୍ଡ ରହିଛି। ବାଘଟି ଯେଉଁ ସଫାରୀ ଗାଡିକୁ ଦାନ୍ତ ଟାଣି ଧରିଥିଲା ସେଥିରେ ପର୍ଯ୍ୟଟକ ଥିବା ସହ ନିକଟରେ ଆଉ ଏକ ସଫାରୀ ଗାଡ଼ିରେ ଥିବା ପର୍ଯ୍ୟଟକ ଏହି ଭିଡିଓ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories