www.samajalive.in
Monday, December 8, 2025
27.1 C
Bhubaneswar

ବଟର ମସଲା ପରଟା

ଆବଶ୍ୟକ ସାମଗ୍ରୀ – ଅଟା
ପାଣି – ଆବଶ୍ୟକ ଅନୁଯାୟୀ
ସିଝା ଆଳୁ- ୪ରୁ ୫ଟି
ପିଆଜ – ୨ଟି
କଞ୍ଚା ଲଙ୍କା – ୩ଟି
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା – ଧନିଆ ପତ୍ର
କଟା – ଅଦା
ଗୋଟା – ଜିରା
ଧନିଆ ଗୁଣ୍ଡ
ହଳଦୀ ଗୁଣ୍ଡ
ବଟର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ପାଣି ଓ ଲୁଣ ଦେଇ ଚକଟି ଅଟା ଚକଟା ପ୍ରସ୍ତୁତ କରନ୍ତୁ। ଏହି ଚକଟାକୁ୧୫ରୁ ୨୦ ମିନିଟ ରଖନ୍ତୁ । ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ ଓ ଆଳୁର ଚୋପା ଛଡ଼ାଇ ଏହାକୁ ୨ରୁ ୩ଟି ସିଟି ଦେଇ ସିଝାନ୍ତୁ। ସିଝିବା ପରେ ଏହାକୁ ଏକ ପାତ୍ରକୁ କାଢି ଭଲ ଭାବେ ଚକଟି ଦିଅନ୍ତୁ। ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା,କଞ୍ଚା ଲଙ୍କା, ଅଦା, କଟା ପିଆଜ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ । ଭାଜିବା ପରେ ଏଥିରେ ଚକଟା ହୋଇଥିବା ଆଳୁ, ଧନିଆ ପତ୍ର ଓ ଜିରା ଗୁଣ୍ଡ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏବେ ଏହି ପୁରକୁ ଏକ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଥିବା ଅଟା ଚକଟାକୁ ଛୋଟ ରୁଟି ଆକୃତିର ବେଲି ଏଥିରେ ପ୍ରସ୍ତୁତ ପୁରକୁ ଦେଇ ରୁଟିର ଚାରି ପଟୁ ମୋଡ଼ି ଏହାକୁ ପରଟା ଭଳି ଭଲ ଭାବେ ବେଲି ଦିଅନ୍ତୁ। ଏବେ କଡ଼େଇରେ ସାମାନ୍ୟ ତେଲ ଦେଇ ଏହି ବେଲା ହୋଇଥିବା ପରଟାକୁ ଭଲ ଭାବେ ସେକି ଦିଅନ୍ତୁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories