www.samajalive.in
Thursday, December 11, 2025
27.1 C
Bhubaneswar

ଶୀତର ଲୁଚକାଳି ଖେଳ : ୨୪ ଘଣ୍ଟା ପରେ କମିବ ଶୀତ

ଭୁବନେଶ୍ବର : ଶୀତର ଲୁଚକାଳି ଖେଳ ମଧ୍ୟରେ ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଦ୍ବାରା ଶୀତ ଅନୁଭୂତ ହେଉଥିଲା। ଆସନ୍ତା ୨୪ ଘଣ୍ଟା ଶୀତ ଅନୁଭୂତ ଜାରି ରହିବ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଶୀତ ପ୍ରକୋପ କମିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୫ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଏଥିସହିତ ରାଜ୍ୟର ୬ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ସମୁଦ୍ର ଜଳପତ୍ତନଠାରୁ ୦.୯କିମିରେ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହୁଛି। ୧୮ ତାରିଖ ସକାଳେ ବୌଦ୍ଧ, ନୟାଗଡ, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡି ଜିଲାରେ ଘନ କୁହୁଡି ଦୃଶ୍ୟମାନ ହେବ। ଘନ କୁହୁଡିକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଉପରୋକ୍ତ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କଟକ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୋଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜମ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଘନ କୁହୁଡିକୁ ନେଇ ଏସ୍‌ଆରସି ଜିଲାପାଳଙ୍କୁ ଚିଠି ଲେଖି ଦୁର୍ଘଟଣା ଏଡାଇବାକୁ ପରାମର୍ଶ ଦେଇଛନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ ପ୍ରକୋପ କମିବ। ଗୁରୁବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପୁଣି ଥଣ୍ଡା ଅନୁଭୂତ ହେବ। ୨୩ ତାରିଖରୁ ପୁଣି ଶୀତ କମିବ। ଶୀତର ଏହି ଲୁଚକାଳି ଖେଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ। ୧୯ତାରିଖ ସୁଦ୍ଧା ଦକ୍ଷିଣ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରୀ ବଢିବ। ଏହି ଅଞ୍ଚଳରେ ୨୦ ତାରିଖରୁ ସର୍ବନିମ୍ନ ତାପମାତ୍ରା ଏବଂ ୨୧ରୁ ସର୍ବାଧିକ ତାପମାତ୍ରା ପୁଣି କମିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories