www.samajalive.in
Monday, December 8, 2025
20.1 C
Bhubaneswar

ଦ୍ବିତୀୟ ଦିନ ସୁଦ୍ଧା ୨,୨୪,୩୦୧ ଟିକାଦାନ

ନୂଆଦିଲ୍ଲୀ : ଦେଶବ୍ୟାପୀ ଶନିବାର ଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନର ଦ୍ବିତୀୟ ଦିନ ସୁଦ୍ଧା ୨,୨୪,୩୦୧ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ରବିବାର ୬ଟି ରାଜ୍ୟରେ ୫୫୩ଟି କେନ୍ଦ୍ରରେ ୧୭,୦୭୨ ଜଣଙ୍କୁ କରୋନା ଟିକା ଦିଆଯାଇଛି। ଆଜି ଟିକାକରଣ ଚାଲିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଣିପୁର, ତାମିଲନାଡୁ ରହିଛନ୍ତି। ରବିବାର ଯୋଗୁଁ ଅନ୍ୟ ରାଜ୍ୟଗୁଡ଼ିକ ଟିକାକରଣ କାର୍ଯ୍ୟକୁ ଦିନକ ପାଇଁ ବନ୍ଦ ରଖିଥିଲେ। ଆସନ୍ତାକାଲିଠାରୁ ପୁନର୍ବାର ଏହି ମହାଭିଯାନ ଅଧିକ ଗତିଶୀଳ କରାଯିବ। ଏହି ଟିକା ନେବାର ପରେ ମାତ୍ର ୪୪୭ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନି କହିଛନ୍ତି ଯେ ୪୪୭ ହିତାଧିକାରୀଙ୍କ ଠାରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଥିବାବେଳେ ମାତ୍ର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ବର, ମୁଣ୍ଡବ୍ୟଥା, ବିରକ୍ତିକର ଭଳି ଲକ୍ଷଣ ଦେଖାଯାଇଛି। କୌଣସି ହିତାଧିକାରୀଙ୍କ ଠାରେ ସେପରି ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇ ନାହିଁ। ଆଗାମୀ ଦିନରେ ଟିକାକରଣ ପ୍ରକ୍ରିୟାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ସମୀକ୍ଷା ପୂର୍ବକ ଏହାର ତ୍ରୁଟିକୁ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଥିବା ଅଗନାନି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩କୋଟି ସ୍ବାସ୍ଥ୍ୟ କର୍ମଚାରୀ ଓ କରୋନା ଯୋଦ୍ଧାକୁ ଟିକା ଦିଆଯିବ। ଏହା ପରେ ୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ। ଭାରତ ବାୟୋଟେକର କୋଭାକ୍ସିନ୍‌ ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କୋଭିସିଲ୍ଡ ଟିକାକୁ ସରକାର ଅନୁମତି ଦେଇଛନ୍ତି।
ଅନ୍ୟପକ୍ଷରେ ରବିବାର ସମଗ୍ର ଦେଶରେ ୧୫, ୧୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮୧ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଜଣ ସୁସ୍ଥ ହୋଇଥିବାବେଳେ ୨ ଲକ୍ଷ ୮ ହଜାର ୮୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୮୧ ମୃତ୍ୟୁକୁ ମିଶାଇ ଭାରତରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪ରେ ପହଞ୍ଚିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories