www.samajalive.in
Monday, December 8, 2025
20.1 C
Bhubaneswar

କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରା : ଆଜି ନିଷ୍ପତ୍ତି ଜଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନକାରୀ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଥିବାବେଳେ ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବ ସମୟରେ ନୂଆଦିଲ୍ଲୀରେ ଏପରି ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ଅନୁମତି ଦେବେ କି ନାହିଁ ତାହା ଆସନ୍ତାକାଲି ନିର୍ଦ୍ଧାରଣ ହେବ। କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ୟାଘାତ ସୃଷ୍ଟିହେବ ବୋଲି ସରକାର ପିଟିସନରେ ଉଲ୍ଲେଖ କରିଛନ୍ତି।

ପ୍ରଧାନ ବିଚାରପତି ଏସଏ ବୋବ୍‌ଡ଼େଙ୍କ ନେତୃତ୍ୱ ତିନିଜଣିଆ ବିଚାରପତି ପୀଠ କେନ୍ଦ୍ର ସରକାରଙ୍କ ଆବେଦନ ସମେତ ଦିଲ୍ଲୀ ସୀମାନ୍ତରେ କୃଷକମାନେ ଚଳାଇଥିବା ପ୍ରତିବାଦ ସଂକ୍ରାନ୍ତ ଅନ୍ୟାନ୍ୟ ଆବେଦନର ମଧ୍ୟ ଶୁଣାଣି କରିବେ। ଦିଲ୍ଲୀ ପୁଲିସ ଜରିଆରେ କେନ୍ଦ୍ର ସରକାର ଦାୟର କରିଥିବା ଆବେଦନରେ ଉଲ୍ଲେଖ ଅଛି ଯେ, ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ନିମନ୍ତେ ଅଭିପ୍ରେତ ଏହି ପ୍ରସ୍ତାବିତ ଟ୍ରାକ୍ଟର୍‌ ଶୋଭାଯାତ୍ରା ଦେଶ ପାଇଁ ଲଜ୍ଜାଜନକ ହେବ। କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଦେଶକୁ ବିଶ୍ୱସ୍ତରରେ ଲଜ୍ଜିତ କରିବା ଭଳି ଘଟଣାକୁ ବ୍ୟକ୍ତିର ଅଧିକାରଭୁକ୍ତ କରାଯାଇ ପାରିବ ନାହିଁ। ସରକାରଙ୍କ ଏହି ପିଟିସନର ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତି ବୋବଡେଙ୍କୁ ଶିଖ୍ ଫର ଜଷ୍ଟିସ୍ (ଏସ୍‌ଏଫଜେ) ପକ୍ଷରୁ ଧମକ ଦିଆଯାଇଛି। ଧମକରେ ଜଷ୍ଟିସ ବୋବଡେଙ୍କୁ କୃଷକଙ୍କ ଏହି ପ୍ରସ୍ତାବିତ ଶୋଭାଯାତ୍ରା ଉପରେ ରୋକ୍ ନ ଲଗାଇବାକୁ କୁହାଯାଇଛି।

- Advertisement -

କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରାକୁ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଥିବାବେଳେ ଏହାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯିବ ବୋଲି ସ୍ବରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି। ରବିବାର ଯାଦବ କହିଛନ୍ତି ଯେ କୃଷକମାନେ ତ୍ରିରଙ୍ଗା ପତାକା ସହିତ ଟ୍ରାକ୍ଟର ଶୋଭାଯାତ୍ରା କରିବେ। ଦିଲ୍ଲୀର ଆଉଟର ରିଙ୍ଗ ରୋଡରେ ଏହି ଶୋଭାଯାତ୍ରା ହେବ। ଏଥିପାଇଁ ସାଧାରଣତନ୍ତ୍ର ଦିବସ ଉତ୍ସବରେ କୌଣସି ପ୍ରକାର ବିଶୃଙ୍ଖଳା ହେବ ନାହିଁ କି  ଦେଶର ସମ୍ମାନୀହାନି ଭଳି କାର୍ଯ୍ୟ ହେବ ନାହିଁ।

ଅନ୍ୟପଟେ କୃଷକ ସଂଗଠନଗୁଡିକ କହିଛନ୍ତି ଯେ ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ଏପରିକି ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ମେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ ନାଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେମାନେ ଦିଲ୍ଲୀରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଏକ ଆଦର୍ଶଗତ ଆନ୍ଦୋଳନ। ଆମର ଦାବି ହେଉଛି ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ଓ ଏମଏସପି ପ୍ରସଙ୍ଗରେ ସରକାର ଗ୍ୟାରେଣ୍ଟି ଦିଅନ୍ତୁ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ଚାଲିଥିବା ଆଦର୍ଶଗତ ଆନ୍ଦୋଳନରେ ଆମେ ବିଫଳ ହେବୁ ନାହିଁ। ଆମର ଦାବି ହାସଲ କରିବା ଲାଗି ଆମେ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ମେ ପର୍ଯନ୍ତ ଆନ୍ଦୋଳନ ଚଳାଇବାକୁ ପ୍ରସ୍ତୁତ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories