www.samajalive.in
Sunday, December 7, 2025
13.1 C
Bhubaneswar

ବ୍ଲକ ମନିଟରିଂ ଟିମର ଜଗତି ହାଇସ୍କୁଲ ପରିଦର୍ଶନ

ବୌଦ୍ଧ : କୋଭିଡ କଟକଟଣା ଯୋଗୁଁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ବିଦ୍ୟାଳୟଗୁଡିକ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ନେଇ ଖୋଲାଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଗତିବିଧି ତଥା କୋଭିଡ ନିୟମ ପାଳନର ତଦାରଖ ପାଇଁ ପ୍ରତି ବ୍ଲକରେ ମନିଟରିଂ ଟିମ୍‍ ଗଠନ କରାଯାଇଛି। ବୌଦ୍ଧ ବ୍ଲକ ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ନେତୃତ୍ୱରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା, ସିଆରସିସି ରାଜକୁମାର ପ୍ରଧାନ ବୌଦ୍ଧ ବ୍ଲକର ଜଗତି ହାଇସ୍କୁଲ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ ମିଶ୍ରଙ୍କ ସହିତ ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ଥିବାବେଳେ ମୋଟ ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩ ଜଣ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରଛାତ୍ରୀ କୋଭିଡ ନିୟମ ମୁତାବକ ମାସ୍କ ପରିଧାନ କରି ବିଦ୍ୟାଳୟ ଆସୁଥିବାବେଳେ ସାନିଟାଇଜର ବ୍ୟବସ୍ଥା କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଟିମର ସଦସ୍ୟମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ରୁଟିନ, ପାଠ୍ୟଖସଡା, ସ୍କିମ୍‍ ଓ ଲେସନ ଡାଏରୀ ସଂପର୍କରେ ଆଲୋଚନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories