www.samajalive.in
Wednesday, December 10, 2025
18.1 C
Bhubaneswar

ଉତ୍ତରା ବିଦ୍ୟୁତ୍‍ ସେକ୍ସନର ଗାଓଁ ଚଲୋ କ୍ୟାମ୍ପ ; ପ୍ରଥମ ଦିନରେ ୧୦ଲକ୍ଷ ୪୦ହଜାର ବକେୟା ବିଲ୍‍ ଆଦାୟ

ପିପିଲି : ଟାଟା ପାୱାର୍ କେନ୍ଦ୍ରୀୟ ଓଡିଶା ବିତରକ ଲିମିଟେଡ୍ ଉତ୍ତରା ବିଦ୍ୟୁତ୍‍ ସେକ୍ସନ ପକ୍ଷରୁ ପିପିଲି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗାଁଓ ଚଲୋ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୨୬୦ ଜଣ ବିଦ୍ୟୁତ୍ ଉପଭୋକ୍ତା ନିଜର ନାମ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୬୨ ଜଣ ଉପଭୋକ୍ତାଙ୍କର ତୃଟି ଯୁକ୍ତ ବିଦ୍ୟୁତ୍ ବିଲ୍ ଓ ପୁରୁଣା ବକେୟା ବିଲ୍କୁ ସଂଶୋଧନ କରାଯାଇଥିଲା । ଏହି କ୍ୟାମ୍ପ୍‌ରେ ବିବାଦୀୟ ଏକ କୋଟି ବକେୟା ବିଦ୍ୟୁତ୍ ବିଲ୍ର ଆବଶ୍ୟକ ଅନେକ ସଂଶୋଧନ କରାଯିବ ସହିତ ୧୮୦ ଜଣ ଉପଭୋକ୍ତାଙ୍କ ଠାରୁ ୧୦ଲକ୍ଷ ୪୦ ହଜାର ଟଙ୍କା ବକେୟା ବିଦ୍ୟୁତ୍‍ ବିଲ୍‍ ଆଦାୟ କରାଯାଇଥିଲା । ଅବଶିଷ୍ଟ ସଂଶୋଧିତ ଅର୍ଥର ଆଦାୟ ନିମନ୍ତେ କିସ୍ତି କରାଯାଇଥିଲା । ଏହି କ୍ୟାମ୍ପ୍‌ରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ, ଉତ୍ତରା ବିଦ୍ୟୁତ୍‍ ସେକ୍ସନ ସହକାରୀ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀ , ସ୍ୱୟଂ ସହାୟକ ଗୋଷ୍ଠୀ ସଂଯୋଜକ ପଦ୍ମାବତୀ ନନ୍ଦ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମହାନ୍ତି, ଗ୍ରାହକ ସେବା ଅଧିକାରୀ ଶୁଭମ ପୂରୋହିତ, କ୍ୟାସିୟର୍ ମନୋରଞ୍ଜନ ଦାଶ, ର୍ୟାକ୍ (ଏନ. ଜି. ଓ.) ସଂଯୋଜକ ହରେକୃଷ୍ଣ ଲେଙ୍କା ପ୍ରମୁଖ ଯୋଗ ଦେଇ କ୍ୟାମ୍ପ୍କୁ ପରିଚାଳନା କରିଥିଲେ । ଗ୍ରାମାଞ୍ଚଳର ଏହି ମୋଟା ଅଙ୍କର ବକେୟା ଅର୍ଥ ଆଦାୟ ଏହି ଅଭିଯାନର ଏକ ସଫଳ ପ୍ରୟାସ ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଥିଲେ ।  ଏହି ବିଲ୍ ସଂଶୋଧନ କାର୍ଯ୍ୟକ୍ରମର ଅବଧି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ଏହାପରେ ଯଦି କେହି ସଂଶୋଧନ କରିବାକୁ ଚାହେଁ ତେବେ ତାହା କେବଳ ୨୦୧୯-୨୦ ଦୁଇ ବର୍ଷର ବିଲ୍ ସଂଶୋଧନ ହୋଇପାରିବ ବୋଲି ଶ୍ରୀପାଣିଗ୍ରାହୀ ସୂଚନା ଦେଇଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories