www.samajalive.in
Tuesday, December 9, 2025
17.1 C
Bhubaneswar

ଜିଏସ୍‌ଟି ଚଢ଼ଉ ବେଳେ  ପଦାକୁ ଆସିଲା ଲୁଟ୍‌ ମାମଲା: ତେଲକୋଇ ଥାନାରେ ମାମଲା

ରାଉରକେଲା: ଦୁଇ ଦିନ ତଳେ ଜିଏସ୍‌ଟି ଠକେଇ ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ ବେଳେ ଲୁଟ୍‌ର ଘଟଣା ସୁରାକ ମିଳିଛି। ଲୁଟିଆ ଦଳ କେନ୍ଦୁଝର ଥାନା ଅନ୍ତର୍ଗତ ତେଲକୋଇ ଅଞ୍ଚଳରୁ ଦୁଇ ଟ୍ରକ ଖାଇବା ତେଲ ଲୁଟ୍‌ କରି ଜାଲ ୱେ-ବିଲରେ ବିହାରରେ ବିକ୍ରି କରିବାକୁ ନେଉଥିବା ନଜରକୁ ଆସିଛି। ଏ ସମ୍ପର୍କରେ ଖାଇବା ତେଲ ଯୋଗାଣ କରିଥିବା ହିନ୍ଦୁସ୍ଥାନ ଡିଷ୍ଟି୍ରବ୍ୟୁଟର ପକ୍ଷରୁ ତେଲକୋଇ ଥାନାରେ ଏତଲା ଦାୟର ହୋଇଛି। ସେଠାକାର ପୁଲିସ ଲୁଟ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଜାଲ-ୱେ ବିଲ, ଜାଲ କମ୍ପାନୀ, ଜାଲ ଆଇଟିସି ରିଟର୍ଣ୍ଣ ଘଟଣାର ରାଉରକେଲା ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ତଦନ୍ତ କରିବ ବୋଲି ସୂଚନା ମିଳିଛି।

ଜାଲ-ୱେ ବିଲରେ ଗତ ୧୩ ତାରିଖ ରାତିରେ ଦୁଇଟି ଟ୍ରକରେ ଖାଇବା ତେଲ ବିହାର ଚାଲାଣ ହେଉଥିବା ରାଉରକେଲା ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟଣ୍ଟ ୟୁନିଟ୍‌କୁ ସୁରାକ ମିଳିଥିଲା। ତେଣୁ ବିଭାଗୀୟ ଅଧିକାରୀମାନେ କୁଅାଁରମୁଣ୍ଡା ଅଞ୍ଚଳରେ ସଦଳବଳ ଚଢ଼ଉ କରିଥିଲେ। ଅଧିକାରୀମାନେ ଜିପିଆର୍‌ଏସ୍‌ ବ୍ୟବସ୍ଥାର ସଦୁପଯୋଗ କରି କୌଣସି ମତେ ଦୁଇଟି ଯାକ ଟ୍ରକକୁ ଠାବ କରିଥିଲେ। ଗୋଟିଏ ଟ୍ରକର ଡ୍ରାଇଭର ନିଜେ ମାଲିକ ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଥିଲେ। ଦୁଇ ଟ୍ରକ ଚାଳକଙ୍କଠାରୁ ଜିଏସ୍‌ଟି ଅଧିକାରୀମାନେ ୱେ-ବିଲ ଜବତ କରିଥିଲେ। ବାରିପଦାର ନିଶାଦ ଏଣ୍ଟରପ୍ରାଇଜେସ୍‌ କମ୍ପାନୀର ୱେ-ବିଲ ସହିତ ମାଲ ବାରିପଦାରୁ ଆସିଥିବା ଚାଲାଣରୁ ସୂଚନା ମିଳିଥିଲା। କିନ୍ତୁ ଏସବୁ ଜାଲ୍‌ ଥିବା ସନ୍ଦେହ କରି ଜିଏସ୍‌ଟି ଅଧିକାରୀମାନେ ଦୁଇଟି ଟ୍ରକ ସହିତ ଚାଳକଙ୍କୁ ଥାନାରେ ହସ୍ତାନ୍ତର କରିଥିଲା।

- Advertisement -

ରାଉରକେଲାର ଜନୈକ ପପୁ ସିଂ ନିଜକୁ ଏସବୁ ଜିିନିଷର ମାଲିକ ଦର୍ଶାଇ ଜିଏସ୍‌ଟି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଜିଏସ୍‌ଟି ବାବଦକୁ ଯାହା ଅର୍ଥ ଆବଶ୍ୟକ ଜମା କରିବାକୁ ରାଜି ହୋଇଥିଲେ। ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜିଏସ୍‌ଟି ଅର୍ଥ ଜମା କରିବାକୁ ପପୁ ସିଂ କହିବା ପରେ ଆହୁରି ସନ୍ଦେହ ବଢ଼ିଥିଲା। ତେଣୁ ଦୁଇ ଚାଳକଙ୍କୁ କୁଅାଁରମୁଣ୍ଡା ପୁଲିସ ସହାୟତାରେ ଜେରା କରାଯାଇଥିଲା। ଜେରା ବେଳେ ତେଲକୋଇ ଅଞ୍ଚଳରୁ ଏହି ଖାଇବା ତେଲ ଲୁଟ୍‌ ହୋଇଥିଲା ବୋଲି ସୂଚନା ମିଳିଥିଲା। ଭୁବନେଶ୍ୱରସ୍ଥିତ ହିନ୍ଦୁସ୍ତାନ ଡିଷ୍ଟି୍ରବ୍ୟୁଟର ଦୁଇଟି ଟ୍ରକରେ ଖାଇବା ତେଲ ହଳଦିଆରୁ ଝାରସୁଗୁଡ଼ା ପଠାଇ ଥିଲା। ମାତ୍ର ତେଲକୋଇ ନିକଟରେ ଗୋଟିଏ ଟ୍ରକର ଡ୍ରାଇଭରକୁ ମାଡ଼ପିଟ୍‌ କରି ଲୁଟିଆମାନେ ତେଲ ଲୁଟ୍‌ କରିଥିଲେ। ବଡ଼ ଟ୍ରକରୁ ତେଲ ଅନଲୋଡ଼ିଂ କରି ଏହି ଦୁଇଟି ଟ୍ରକରେ ସେମାନେ ରାୟପୁରରେ ବିକ୍ରି କରିବାକୁ ଚାଲି ଯାଇଥିଲେ। ମାତ୍ର ସେଠାରେ ଚୋରା ତେଲ ଜଣାପଡ଼ିବା ପରେ କେହି କିଣିବାକୁ ରାଜି ହୋଇନଥିଲେ। ତେଣୁ ଏହାକୁ ବିହାରରେ ବିକି୍ର କରିବାକୁ ନେଉଥିଲେ ବୋଲି ସୂଚନା ମିଳିଥିଲା।

ଏସବୁ ପରେ ଜିଏସ୍‌ଟି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ହିନ୍ଦୁସ୍ତାନ ଡିଷ୍ଟି୍ରବ୍ୟୁଟର ସଂସ୍ଥା ସହିତ ଯୋଗାଯୋଗ କରାଯାଇଥିଲା। ସେମାନେ ମଧ୍ୟ ସତ କହିଥିଲେ ଏବଂ ତେଲକୋଇ ଥାନାରେ ଏତଲା ହୋଇଥିବା କହିଥିଲେ। ତେଣୁ ଦୁଇଟି ଟ୍ରକ ଓ ଦୁଇ ଚାଳକଙ୍କୁୁ ତେଲକୋଇ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଏସ୍‌ଟି ଅର୍ଥ ଭରିବା ପାଇଁ ରାଜି ହୋଇଥିବା ପପୁ ସିଂର ଗତକାଲିଠାରୁ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇ ଯାଇଛି। ସେ ଏବେ ଝାଡ଼ଖଣ୍ଡ ପଳାଇ ଯାଇଛି। ତେଣୁ ଲୁଟ୍‌ ଘଟଣା ଓ ଜାଲ ୱେ-ବିଲ ଘଟଣାର ପପୁ ସିଂ ମାଷ୍ଟର ମାଇଣ୍ଡ ବୋଲି ସନ୍ଦେହ କରାଯାଉଛି। ତେଣୁ ପପୁ ସିଂ କିଏ, ତାର ବେପାର କ’ଣ ଓ ଏହି ଘଟଣାର ତା’ର କି ପ୍ରକାର ସଂପୃକ୍ତି ରହିଛି ସେ ସବୁର ପୁଲିସ ତଦନ୍ତ କରିବ। ଅନ୍ୟପକ୍ଷରେ ନିଶାଦ ଏଣ୍ଟରପ୍ରାଇଜେସ୍‌ ନାଁରେ ଯେଉଁ ୱେ-ବିଲ ଓ ଜିଏସ୍‌ଟି ନମ୍ବର ଇସ୍ୟୁ କରାଯାଇଛି ସେ ସବୁ ଜାଲ ବୋଲି ସୂଚନା ମିଳିଛି। ନନ୍ଦକୁମାର ନିଶାଦଙ୍କୁ ପ୍ରୋପ୍ରାଇଟର ରଖା ଯାଇଛି। ବାରିପଦାରେ ସେ ଭଳି କିଛି ସଂସ୍ଥା ନାହିଁ କି ଲୋକ ବି ନାହାନ୍ତି। କେବଳ ଏତିକି ନୁହେଁ ଏହି କମ୍ପାନୀରେ ୨୫ ଲକ୍ଷ ଟଙ୍କାର ଆଇଟିସି ଇସ୍ୟୁ ହୋଇଛି। ଏହା ବି ଜାଲ ବୋଲି ସୂଚନା ମିଳିଛି। ଏସବୁ ଜଣା ପଡ଼ିବା ପରେ ଜିଏସ୍‌ଟି ନମ୍ବର ରଦ୍ଦ କରି ଦିଆଯାଇଛି। ତେଣୁ ଏସବୁ ଘଟଣାର ଜିଏସ୍‌ଟି ତଦନ୍ତ କରିବ ବୋଲି ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories