www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ ମହିଳା ଆୟୋଗ ଦ୍ୱାରା କନ୍ଧମାଳର ଝିଅ ପୁରସ୍କୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ସନ୍ଧ୍ୟାରାଣୀ ବେହେରା ରାଜ୍ୟ ମହିଳା ଆୟୋଗ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସନ୍ଧ୍ୟାରାଣୀ ବର୍ତମାନ ରେଲୱେ ପୁଲିସରେ କନଷ୍ଟେବଳ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୮ତମ ବାର୍ଷିକ ଉତ୍ସବ ଅବସରରେ ମହିଳା ଆୟୋଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ ସମ୍ମାନୀତ କରାଯାଇଥିଲା। ଏଥି ମଧ୍ୟରେ କନ୍ଧମାଳ ଜିଲ୍ଲାର ଝିଅ ପୁରସ୍କୃତ ହୋଇ ଜିଲ୍ଲାକୁ ଗୌରବ ଆଣିଛନ୍ତି।

ବିଭିନ୍ନ ଅନୁଷ୍ଠାନ ସହିତ ସମ୍ପୃକ୍ତ ରହି ମହିଳାମାନଙ୍କ ଅଧିକାର ସମ୍ପର୍କରେ ସାମାଜିକ ସଚେତନତା ସୃଷ୍ଟି କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଂଧ୍ୟାରାଣୀ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। କରୋନା ମହାମାରୀ ସମୟରେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସ୍ୱ-ରୋଜଗାରକ୍ଷମ କରି ସେମାନଙ୍କ ଭିତରେ ଆତ୍ମବଳ ପ୍ରତିଷ୍ଠା କରିପାରିଛନ୍ତି ସଂଧ୍ୟା। ମହିଳାମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କ ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି ଏ ଅବସରରେ ଅତିଥିମାନେ ପ୍ରକାଶ କରିଥିଲେ। ନିଃସ୍ୱାର୍ଥପର ସେବା, ଅସହାୟ ମହିଳାଙ୍କୁ ସାହାରା ଦେବା, ମହିଳାମାନଙ୍କ ମନରେ ସାହସିକତା ଜାଗ୍ରତ କରିବା ଏବଂ ଗୃହିଣୀମାନଙ୍କ ମୁହଁରେ ହସ ଫୁଟେଇବା ଭଳି କାର୍ଯ୍ୟକୁ ଓଡ଼ିଶାରାଜ୍ୟ ମହିଳା ଆୟୋଗ ସ୍ୱାଗତ କରି ଚଳିତ ବର୍ଷର ବାର୍ଷିକ ଉତ୍ସବରେ ସମ୍ମାନିତ କରି ଗୌରବ ଅନୁଭବ କରୁଛି ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories