www.samajalive.in
Monday, December 8, 2025
17.1 C
Bhubaneswar

ଲାଞ୍ଚନେଇ ଗିରଫହେଲେ ଝୁମ୍ପୁଆ ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ

କେନ୍ଦୁଝର : କେନ୍ଦୁଝର ଜିଲା ଝୁମ୍ପୁରା ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ ଝୁମ୍ପୁରା ତହସିଲ ଧନୁର୍ଜୟପୁର ଗ୍ରାମର ଜନାର୍ଦ୍ଦନ ପାତ୍ର ଜମିଜମା ମାପ ଓ ଚିହ୍ନଟ ପାଇଁ ତହସିଲରେ ବହୁଦିନ ଧରି ଆବେଦନ କରିଥିଲେ। ଝୁମ୍ପୁରା ତହସିଲରେ କାର୍ଯ୍ୟରତ ରାଜସ୍ୱ ପର୍ଯ୍ୟବେକ୍ଷକ କୃତ୍ତିବାସ ଗିରି ଜମି ମାପ ଓ ଚିହ୍ନଟ ପାଇଁ ଜନାର୍ଦ୍ଦନ ପାତ୍ରଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଜନାର୍ଦ୍ଦନ କେନ୍ଦୁଝର ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଦୁର୍ନୀତି ନିବାରଣ ବିଭାଗ ଅଭିଯୋଗକୁ ଭିତ୍ତି କରି ଭିଲଲାନ୍ସ କେଶ ନଂ ୩୫/୨୦୧୮ରେ ଏକ ମାମଲା ରୁଜୁ କରିଥିଲେ।
ଯୋଜନା ମୁତାବକ ଶନିବାର ଦିନ ଝୁମ୍ପୁରା ବଜାରରେ ଥିବା ମା’ ତାରିଣୀ ଦୋକାନ ନିକଟରେ ଜନାର୍ଦ୍ଦନ ପାତ୍ରଙ୍କ ହାତରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଅଭିଯୁକ୍ତ ସୁପରଭାଇଜରକୁ କାବୁ କରିନେଇ ରାସାୟନିକ ପ୍ରଲେପ ଟଙ୍କା ପକେଟରୁ ଜବତ କରିଥିବା ବେଳେ କୃତ୍ତିବାସଙ୍କର ହାତ ଧୋଇବାରୁ ଭିଜିଲାନ୍ସ ନୋଟରେ ମିଶାଇଥିବା ରସାୟନିକ ପାଣି ବାହାରିଥିଲା। ଏହି ଚଢଉରେ କେନ୍ଦୁଝର ଦୁର୍ନୀତି ନିବାରଣ ଶାଖାର ଡିଏସପି ଦେବଦତ୍ତ ସେଠ , ଇନିସପେକ୍ଟର ପ୍ରଭୁକଲ୍ୟାଣ ଆଚାର୍ଯ୍ୟ , ଇନିସପେକ୍ଟର ହେମାମାଳିନୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଭିଜିଲାନ୍ସ ଅଭିଯୁକ୍ତ ସୁପରଭାଇଜରଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଗିରଫକରି ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବାବେଳେ ତାଙ୍କର ଜାମିନ ନାମଞ୍ଜୁର ହୋଇଯିବାରୁ ଜେଲକୁ ପଠାଇଦିଆଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ସୁପରଭାଇଜର କୃତ୍ତିବାସ ଗିରି ବଡବିଲରେ ଆରଆଇ ଥିବାବେଳେ ଉଲିବୁରୁ ଖଣି ଦୁର୍ନୀତିରେ ଛନ୍ଦିହୋଇପଡିଥିଲେ ଏବଂ ତାଙ୍କ ନାଁରେ ପୂର୍ବରୁ ଭିଜିଲାନ୍ସ ଭିଜିଆର କେଶ ନଂ ୫/୨୦୧୩ ରେ ମାମଲା ରହିଛି। ଶନିବାର ଦିନ କୃତ୍ତିବାସ ଭିଜିଲାନ୍ସରେ ଧରାପଡିବା ପରେ ତାଙ୍କର ଚମ୍ପୁଆ ଧଳାଡିହି ସ୍ଥିତ ବାସଭବନ ଏବଂ ଝୁମ୍ପୁରା କାର୍ଯ୍ୟାଳୟରେ ଚଢଉ କରାଯାଇଥିବା ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories