www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତକୁ ମିଳିଲା ଏସ୍‍ଟିଏ-୧ ମାନ୍ୟତା

ୱାଶିଂଟନ : ଆମେରିକା ପକ୍ଷରୁ ଭାରତକୁ ସାମରିକ ବ୍ୟାପାର ପ୍ରାଧିକରଣ-୧ (ଏସ୍‍ଟିଏ-୧) ମାନ୍ୟତା ମିଳିଛି। ଆମେରିକାର ଏସ୍‍ଟିଏ-୧ ତାଲିକାରେ ସାମିଲ ହେବାରେ ଭାରତ ଦକ୍ଷିଣ ଏସିଆର ପ୍ରଥମ ଏବଂ ଏସିଆର ତୃତୀୟ ରାଷ୍ଟ୍ର ହୋଇଛି। ପୂର୍ବରୁ ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆକୁ ଏସ୍‍ଟିଏ-୧ ମାନ୍ୟତା ପ୍ରଦାନ କରିଛି। ଆମେରିକା ନାଟୋ ସହଯୋଗୀ ଦେଶଙ୍କୁ ଏସ୍‍ଟିଏ-୧ ମାନ୍ୟତା ପ୍ରଦାନ କରିଥାଏ। ବିଶ୍ୱର ୩୭ତମ ଦେଶ ଭାବେ ଭାରତ ଆମେରିକାର ଏସ୍‍ଟିଏ-୧ ତାଲିକାରେ ସ୍ଥାନ ହାସଲ କରିଛି। ଏସ୍‍ଟିଏ-୧ରେ ସାମିଲ ହେବା ପରେ ଭାରତ ଆମେରିକାର ଅତ୍ୟାଧୁନିକ ଅସ୍ତ୍ର ଏବଂ ଅନ୍ୟ ଜ୍ଞାନକୌଶଳ ହାସଲ କରିବା ସହଜ ହେବ। ଏହାସହ ଭାରତକୁ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ରର ମାନ୍ୟତା ମିଳିଛି ଓ ଆମେରିକାଠାରୁ ଡ୍ରୋନ ବିମାନ ସମେତ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର ଆମଦାନୀ କରିବା ଉପରୁ ସମସ୍ତ ସରକାରୀ ନିୟନ୍ତ୍ରଣ ଏବଂ କଟକଣାର ଅନ୍ତ ଘଟିଛି।
ଉଲ୍ଲେଖ ଯେ ଆମେରିକା ୨୦୧୬ରେ ଭାରତକୁ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ (ସାଥୀ)ର ମାନ୍ୟତା ପ୍ରଦାନ କରିଥିଲା। ଏହାପରେ ଚଳିତ ବର୍ଷ ଭାରତକୁ ଆମେରିକା ଏସ୍‍ଟିଏ -୧ ମାନ୍ୟତା ପ୍ରଦାନ କରିଛି। ଏହି ମାନ୍ୟତା ପାଇବା କ୍ଷେତ୍ରରେ ଭାରତକୁ ଏକ ବିଶେଷ ଦେଶ ଭାବେ ଗଣାଯାଉଛି। କାରଣ ଭାରତ ଏପର୍ଯ୍ୟନ୍ତ ଆଣବିକ ଯୋଗାଣକାରୀ ଗୋଷ୍ଠୀ (ଏନ୍‍ଏସ୍‍ଜି) ସଦସ୍ୟତା ପାଇନାହିଁ। ଚୀନର ବିରୋଧ ଯୋଗୁଁ ଭାରତ ଏନ୍‍ଏସ୍‍ଜିର ସଦସ୍ୟତା ଲାଭ କରିପାରୁନାହିଁ। ଭାରତକୁ ପ୍ରମୁଖ ସହଯୋଗୀର ମାନ୍ୟତା ଦେଇ ଆମେରିକା ଚୀନକୁ ଏକ ବଡ଼ ଝଟକା ଦେଇଛି। ଏନ୍‍ଏସ୍‍ଜି ସଦସ୍ୟତା ପାଇଥିବା ରାଷ୍ଟ୍ରମାନେ ଯେଉଁ ସୁବିଧା ପାଉଛନ୍ତି ଭାରତ ଏବେ ସେ ସବୁ ସୁବିଧା ପାଇବ।
ପ୍ରକାଶଯୋଗ୍ୟ ଯେ ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନ୍‍ଏସ୍‍ଜି)  ସଦସ୍ୟତା ଲାଭ କରିଥିବା ରାଷ୍ଟ୍ର, କ୍ଷେପଣାସ୍ତ୍ର ଉଦ୍ୟୋଗିକ ନିୟନ୍ତ୍ରଣ ବ୍ୟବସ୍ଥା (ଏମ୍‍ଟିସିଆର), ୱାସେନାର ବ୍ୟବସ୍ଥା(ଡବ୍ଲ୍ୟୁଏ) ଏବଂ ଅଷ୍ଟ୍ରେଲିଆ ଗୋଷ୍ଠୀ ସଦସ୍ୟତା ଲାଭ କରିଥିବା ରାଷ୍ଟ୍ରଙ୍କୁ ଆରେମିକା ଏସ୍‍ଟିଏ୍‍-୧ ମାନ୍ୟତା ପ୍ରଦାନ କରିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories