www.samajalive.in
Monday, December 8, 2025
27.1 C
Bhubaneswar

ଜାମ୍ମୁ କାଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେଲେ ଗୀତା ମିତ୍ତଲ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କୁ ଶନିବାର ଜାମ୍ମୁ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ମିଳିଛି। ଏହାସହ ଗୀତା ଜାମ୍ମୁ କାଶ୍ମୀର ଉଚ୍ଚନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ଗୌରବ ଲାଭ କରିଛନ୍ତି। ଶୁକ୍ରବାର ବିଚାରପତି ସିଧୁ ଶର୍ମା ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଆଇନ ମନ୍ତ୍ରାଳୟ ପକ୍ଷରୁ ପୃଥକ ପୃଥକ ଭାବେ ଜାରି ଅଧିସୂଚନା ଅନୁସାରେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ରାଜେନ୍ଦ୍ର ମେନନଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍‍ ଏକ.କେ ଶାହାଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେହିପରି ରାଜସ୍ଥାନ ହାଇକୋର୍ଟର ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରିଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ସରଣଙ୍କ ସ୍ଥାନ ନେବେ। ଏପଟେ ଜଷ୍ଟିସ୍‍ ବିନୀତ ସରଣଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିଛି।
କଲକାତା ହାଇକୋର୍ଟ ବିଚାରପତି ଅନୁରୁଦ୍ଧ ବୋସ୍‍ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସୂଚନା ଅନୁସାରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ବୋସଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଥିଲା। ବୋସଙ୍କ ପାଖରେ ଏହି ପଦ ପାଇଁ ଅଭିଜ୍ଞତାର ଅଭାବ ରହିଛି ବୋଲି ଦର୍ଶାଇ କେନ୍ଦ୍ର ସରକାର କଲେଜିୟମ ସୁପାରିଶକୁ ଖାରଜ କରିଦେଇଥିଲେ। ମୁମ୍ବଇ ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ବିଜୟା କେ ତହିଲରମାନିଙ୍କୁ ମାଡ୍ରାସ୍‍ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ମାଡ୍ରାସ୍‍ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ସ୍ଥାନ ନେବେ। କେନ୍ଦ୍ର ସରକାର ମାଡ୍ରାସ୍‍ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେଇଛନ୍ତି। କେରଳ ହାଇକୋର୍ଟର ବିଚାରପତି ଜଷ୍ଟି୍‍ସ୍ ଋଷିକେଶ ରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories