www.samajalive.in
Tuesday, December 9, 2025
17.1 C
Bhubaneswar

ସୁପ୍ରିମକୋର୍ଟ ଘୋଷଣା କରିବେ ଏନଆରସି ପ୍ରକାଶନର ଚୂଡ଼ାନ୍ତ ତାରିଖ

ନୂଆଦିଲ୍ଲୀ: ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆରସି) ତାଲିକା ପ୍ରକାଶନର ଚୂଡ଼ାନ୍ତ ତାରିଖ ଡିସେମ୍ବର ୩୧ ତାରିଖ ନୁହେଁ। ସୁପ୍ରିମକୋର୍ଟ ର୍ହି ଏହାର ଚୂଡ଼ାନ୍ତ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ଏନ୍‍ଆରସି ସଂଯୋଜକ ପ୍ରତୀତ ହାଜେଲା। ରେଜିଷ୍ଟ୍ରାର ଜେନେରାଲ ୍‍ଅଫ୍‍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଡିସେମ୍ବର ୩୧ ତାରିଖକୁ ଏନଆରସିର ଚୂଡ଼ାନ୍ତ ତାରିଖ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ ବବାଦ ଉଠିବା ପରେ ହାଜେଲା କହିଛନ୍ତି ଯେ ଏନଆରସି ପାଇଁ ଅର୍ଥ ଆବଶ୍ୟକ। ଏଥିପାଇଁ ବଜେଟ୍‍ କରିବାକୁ ପଡ଼ିବ। ତେଣୁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ଚୂଡ଼ାନ୍ତ ନୁହେଁ। ବର୍ତ୍ତମାନ ପ୍ରକାଶ ପାଇଥିବା ଚିଠା ତାଲିକାର ସମସ୍ତ ଅଭିଯୋଗ ଓ ଆପତ୍ତିର ବିଚାର କରାଯିବା ପରେ ହିଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏଥିପାଇଁ କେତେଦିନ ଲାଗିବ ତାହା କହିହେବ ନାହିଁ। ଏ ସମ୍ପର୍କିତ ନିୟମାବଳୀ ଚୂଡ଼ାନ୍ତ ହୋଇନାହିଁ। ଚୂଡ଼ାନ୍ତ ହେବା ପରେ ସୁପ୍ରିମକୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories