www.samajalive.in
Sunday, December 7, 2025
15.1 C
Bhubaneswar

ନିଗମ କଳ୍ପତରୁ ଆଶ୍ରମରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ସ୍ୱନକ୍ଷତ୍ର ଉତ୍ସବ ପାଳନ

ଭୁବନେଶ୍ୱର: ହଂସପାଳ ନିକଟସ୍ଥ ରୁଦ୍ର ବିହାର ଠାରେ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ୱନକ୍ଷତ୍ର ଉତ୍ସବ ସାଧୁ, ସନ୍ଥ, ବିଦ୍ୱାନ, ପଣ୍ଡିତମାନଙ୍କ ଗହଣରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରି ସ୍ୱାମୀ ବ୍ରହ୍ମାନନ୍ଦ କହିଲେ ଯେ ସମାଜର କଲ୍ୟାଣ ପାଇଁ ତଥା ଉତରପୀଢ଼ୀକୁ ନୂତନ ବାର୍ତା ଦେବା ପାଇଁ ପୂଜ୍ୟପୂଜାର ଆବଶ୍ୟକତା ରହିଛି । ଭାରତବର୍ଷର ସଂସ୍କୃତି ହଜାର ହଜାର ବର୍ଷର ଇତିହାସରୁ ଆମେ ଏହା ଶିକ୍ଷା କରିଥାଉ ଯେ ପୂଜ୍ୟମାନଙ୍କୁ ପୂଜା କରାଗଲେ, କେବଳ ସମାଜର ମଙ୍ଗଳ ହୁଏନାହିଁ ବରଂ ରାଷ୍ଟ୍ରର ମଙ୍ଗଳ ହୋଇଥାଏ। ଏହି ଉତ୍ସବରେ ବିଶିଷ୍ଟ ସନ୍ଥ ବିପିନ୍‍ ବାବା ଆର୍ଶୀବଚନ ଦେଇ କହିଲେ ଯେ ସମାଜର କଲ୍ୟାଣ ପାଇଁ ଆମେ ପୂଜ୍ୟ ପୂଜାକୁ ଆପଣାଇ ନେଇଥାଉ। କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆମେ ଆଜି ଦିଶାହୀନ ହୋଇପଡିଛୁ ବୋଲି ସେ କହିଥିଲେ ।


ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ଡଃ ହରିହର ହୋତା, କୁଳାଧିପତି ଡଃ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ରଜତ କୁମାର କର, ପ୍ରଫେସର ହରେକୃଷ୍ଣ ଶତପଥି, ଆର୍ଯ୍ୟ ସମାଜର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ଡିପିଆଇ ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ୍‍ ବଦ୍ରିନାଥ ପଟ୍ଟନାୟକ, ସୀତାବଲ୍ଲଭ ମହାପାତ୍ର, ଡଃ ଦିନବନ୍ଧୁ ମହାରଣା, ପ୍ରଫେସର ବୈଷ୍ଣବ ସାମଲ ପ୍ରମୁଖ ସ୍ୱାମୀଜୀଙ୍କର ଦୀର୍ଘଜୀବନ କାମନା କରି ବକ୍ତବ୍ୟ ରଖିଥିଲେ।
ଏହି ଉତ୍ସବରେ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ଶଙ୍କରାଚାର୍ଯ୍ୟ ମଠର ପ୍ରବକ୍ତା ମନୋଜ ରଥ, ବିପିନ୍‍ ବିହାରୀ ନନ୍ଦ, ପ୍ରିୟବ୍ରତ ଦାସ, ସନ୍ନୋ ଦେବୀ, ଡଃ ବିଜୟାନନ୍ଦ ସିଂହ ପ୍ରମୁଖଙ୍କୁ ଉତ୍କଳ ପ୍ରଜ୍ଞା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁବାର୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥି ସ୍ୱାଗତ ଭାଷଣ ଓ ଆଲୋକ ବ୍ରହ୍ମଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶୁଭେନ୍ଦୁ ଶେଖର ସ୍ୱାଇଁଙ୍କ ସଂପାଦନାରେ ‘ଆମ ପ୍ରଣାମ’ ଶ୍ରୀଜଗନ୍ନାଥ ତଥ୍ୟ ଭିତିକ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁ-ସନ୍ଥ, ଭକ୍ତ-ଶିଷ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories