www.samajalive.in
Wednesday, December 10, 2025
18.1 C
Bhubaneswar

ପିଲାଙ୍କୁ ଖାତା କଲମ ବାଣ୍ଟି ଜନ୍ମଦିନ ପାଳିଳେ ସ୍ୱେଚ୍ଛାସେବୀ

ଫୁଲବାଣୀ: କନ୍ଧମାଳ ଜିଲା ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଂଚାୟତର ସାରଙ୍ଗଧରପୁର ଗ୍ରାମର ସମାଜସେବୀ ହୃଷିକେଶ ପ୍ରଧାନ କନ୍ଧମାଳ ଅନ୍ତରଙ୍ଗର ଜିଲା ସଂପାଦକ ଭାବେ କାର୍ଯ୍ୟକରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ୍‍ କରିଛନ୍ତି। ନିଜର ସାମାଜସେବୀ ପାଇଁ ସେ ବିଭିନ୍ନ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଆଜି ତାଙ୍କର ଜନ୍ମଦିନ ଅବସରରେ ଝିମାଙ୍ଗିଆ, ଧାଙ୍ଗଡ଼ାମାହା ଓ ତଡ଼ାପଡ଼ା ଗ୍ରାମର ୭ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ୩୪ ଜଣ ସ୍କୁଲ ପିଲାଙ୍କୁ ଖାତା, ପେନ୍‍, ବହି, ପେନ୍‍ସିଲ୍‍ ଆଦି ବଣ୍ଟନ କରି ଏକ ଉଦାହାରଣ ସୃଷ୍ଟି କରିଛନ୍ତି। ଏଥି ସହିତ ଗ୍ରାମାଞ୍ଚଳର ପିଲାଙ୍କ ସହିତ ସାମିଲ୍‍ ହୋଇ କେକ୍‍ କାଟିବା ସହିତ ଚକଲେଟ୍‍, ବିସ୍କୁଟ୍‍ ଆଦି ମଧ୍ୟ ବଣ୍ଟନ କରିଛନ୍ତି। ହୃଷିକେଶଙ୍କ ଏଭଳି କାର୍ଯ୍ୟକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories