www.samajalive.in
Monday, December 8, 2025
27.1 C
Bhubaneswar

ପୁଣେର ସେରମ ପ୍ରତିଷ୍ଠାନ ଆରମ୍ଭ କଲା ଟିକା ବଣ୍ଟନ

ପୁଣେ ସ୍ଥିତ ସେରମ ପ୍ରତିଷ୍ଠାନ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଟିକାର ବଣ୍ଟନ ଆଜିଠାରୁ ଆରମ୍ଭ ହୋଇଛି। ୬ଟି ଶୀତଳଭଣ୍ଡାର କଣ୍ଟେନରରେ ପ୍ରତିଷେଧକଗୁଡ଼ିକୁ ପୁଣେ ବିମାନ ବନ୍ଦରକୁ ପଠାଯାଇଥିଲା। ପ୍ରତିଷେଧକ ଗୁଡ଼ିକୁ ପଠାଯିବା ପୂର୍ବରୁ କିଛି ଧାର୍ମିକ ଅନୁଷ୍ଠାନର ଆୟୋଜନ କରାଯାଇଥିଲା। ଏହାପରେ ସେରମ ପ୍ରତିଷ୍ଠାନର କର୍ମଚାରୀମାନେ ପରସ୍ପର ମଧ୍ୟରେ ମିଷ୍ଟାନ ବଣ୍ଟନ କରିଥିଲେ। ଏହି ପ୍ରତିଷେଧକ ପୁଣେ ବିମାନ ବନ୍ଦରରୁ ଦେଶର ୧୩ଟି ସହରକୁ ପଠାଯାଇଛି। ସେଗୁଡ଼ିକ ମଧ୍ୟରେ ଔରଙ୍ଗାବାଦ୍‍, ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର, କର୍ଣ୍ଣାଲ୍‍, କୋଲକାତା, ବିଜୟୱାଡା, ହାଇଦ୍ରାବାଦ୍‍, ଗୌହାଟୀ, ଲକ୍ଷ୍ନୌ, ଚଣ୍ଡିଗଡ଼ ଓ ଭୁବନେଶ୍ୱର ରହିଛି।

ପ୍ରତିଷେଧକ ବହନ କରି ପ୍ରଥମ ବିମାନ ସକାଳ ୮ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଆଜି ଆଉ ଏକ ମିଶନ୍‍ ଆରମ୍ଭ କରିଛି। ସେ କହିଛନ୍ତି, ସ୍ପାଇସ୍‍ ଜେଟ୍‍ ଓ ଗୋ-ଏୟାର୍‍ ବିମାନରେ ପୁଣେରୁ ଦିଲ୍ଲୀ ଓ ଚେନ୍ନାଇକୁ ପ୍ରଥମେ ପ୍ରତିଷେଧକ ପଠାଯାଇଥିଲା। ଆଜି ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୌହାଟୀ, ଶିଲଙ୍ଗ୍‍, ଅହମ୍ମଦାବାଦ୍‍, ହାଇଦ୍ରାବାଦ୍‍, ବିଜୟୱାଡା, ଭୁବନେଶ୍ୱର, ପାଟନା, ବେଙ୍ଗାଲୁରୁ, ଲକ୍ଷ୍ନୌ ଓ ଚଣ୍ଡିଗଡ଼କୁ ୫୬ ଲକ୍ଷ ୫୦ ହଜାର ଡୋଜ୍‍ ପ୍ରତିଷେଧକ ପଠାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories