www.samajalive.in
Tuesday, December 9, 2025
17.1 C
Bhubaneswar

ସମର୍ପଣ ଜୋନ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ

ନବରଙ୍ଗପୁର: ସ୍ଥାନୀୟ ଦଶହରାପଦା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜାନୁଆରୀ ୯ ଏବଂ ୧୦ ୨ଦିନ ଧରି ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ନେଇ ଗଠିତ ସମର୍ପଣ ମଣ୍ଡଳସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକତାର ପୃଷ୍ଠ ଭୂମିରେ ଜୀବନ ବଂଚିବା ତଥା ଏକ ନୂତନ ସତ୍ୟର ପଥରେ ପ୍ରସ୍ତୁତ ହେବାଲାଗି ବିଭିନ୍ନ ବିଷୟରେ ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗୀତା ପଟନାୟକ, ସୁଜାତା ପତି, ସଂଯୁକ୍ତା ମାଦଳା, ହେମଲତା ଦିଶାରୀ, ସ୍ଵର୍ଣ୍ଣଲତା ମହାଙ୍କୁଡ, କୁଂଜଲତା ଦଳେଇ, ଇନ୍ଦୁମତୀ ସାହୁ, ବସୁମତୀ ରାଉତ, ଉଷାରାଣି ମିଶ୍ର, ସୁରମା ରଥ, ଅତସୀ ରାଣୀକରଙ୍କ ସମେତ ସନ୍ତୋଷ କୁମାର ଗାହାଣ, ଦେବେନ୍ଦ୍ର ନାୟକ, ଟଙ୍କଧର ବେହେରା, ସୁଧିରାଜ ରାଉତ, ନବୀନ ଚନ୍ଦ୍ର ଦିଶାରୀ, ଅଭିମନ୍ୟୁ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କବିତା କର୍ମଶାଳାକୁ ଶ୍ରୀଧର ଶତପଥି ଏବଂ ପି ରବିକାନ୍ତ ରଘୁରାମ ପରିଚାଳନା କରିଥିବା ବେଳେ ସଂଗତି ସହ ପ୍ରଗତି କର୍ମଶାଳାକୁ ଅନିଲ ସାମନ୍ତରାୟ ଏବଂ ଅଭଷିଖା ସାହୁ ପରିଚାଳନା କରିଥିଲେ। ସଭା ମଞ୍ଚରେ ମୁସକାନ ସାମଲ, ସି ଏଚ ଉଷାରାଣି ସଂଯୋଜନା କରିଥିଲେ। ଦ୍ୱିତୀୟ ଦିନରେ ବିଶେଷ ସନ୍ଧ୍ୟା ଅଧିବେଶନରେ ବିଶିଷ୍ଟ ସାଧକ ସି ଏଚ ନିରାକାର ପ୍ରଶ୍ନ ଉତ୍ତର ଭିତିକ କାର୍ୟ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରଶ୍ନ ସମୂହର ଉପଯୁକ୍ତ ସମାଧାନ ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ। ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ୟ୍ୟକ୍ରମକୁ ନିଶାନ ପଟନାୟକ ଏବଂ ଲିନା ପଟନାୟକ ପରିଚାଳନା କରିଥିବା ବେଳେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories