www.samajalive.in
Tuesday, December 9, 2025
16.1 C
Bhubaneswar

ହରଭଙ୍ଗା ବ୍ଲକରେ ମଣ୍ଡି ବ୍ୟବସ୍ଥା ବିପର୍ଯ୍ୟସ୍ତ; ଧାନ କ୍ରୟ କେନ୍ଦ୍ରରେ ନାହିଁ ଆନୁସାଙ୍ଗିକ ସୁବିଧା

ହରଭଙ୍ଗା : କୃଷି ଭିତିକ ବୌଦ୍ଧ ଜିଲ୍ଲାରେ ଧାନ ଅମଳ ଭଲ ହେଉଥିଲେ ବି ମଣ୍ଡିଗୁଡିକରେ ଅହେତୁକ ଅବ୍ୟବସ୍ଥା ଯୋଗୁଁ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହିଁ। ଏଭଳି ବିପର୍ଯ୍ୟସ୍ତ ମଣ୍ଡି ବ୍ୟବସ୍ଥା ଯୋଗୁଁ ଚାଷୀ ଧାନ ମଣ୍ଡିର ସ୍ୱାଦ ମଧ୍ୟ ଚାଖିପାରୁନାହିଁ। ଧାନ ମଣ୍ଡିରେ ସୃଷ୍ଟି ହେଉଥିବା କୃତିମ  ଅବ୍ୟବସ୍ଥା ଯୋଗୁଁ ଏହାର ଫାଇଦା ମିର୍ଲ୍ଲସ ଓ ଦଲାଲଙ୍କ ହାତରେ ଆପେ ଆପେ ଟେକି ହୋଇଯାଉଛି। ଯାହାଫଳରେ ମଣ୍ଡି ସଂଜ୍ଞା ଉପରେ ବଡ ପ୍ରଶ୍ନଚିହ୍ନ ଲାଗିଛି । ପ୍ରକାଶ ଯେ ଗତ ୨୦୧୨-୧୩ରେ ମଣ୍ଡି ବ୍ୟବସ୍ଥା ରଜ୍ୟରେ ଲାଗୁ ହେଲା। ମଣ୍ଡି ବ୍ୟବସ୍ଥାରେ ଚାଷୀ ନିଜର କଷ୍ଟ ଉପାର୍ଜ୍ଜିତ ଧାନକୁ ସରକାରୀ ଧାର୍ଯ୍ୟ ମୂଲ୍ୟ ବା ମିନିୟମ ସପୋର୍ଟ ପ୍ରାଇସ  (ଏମ.ଏସ.ପି) ଦରରେ ବିକ୍ରି କରିବା ପାଇଁ ସୁବିଧା କରାଯାଇଛି। ଯାହାଫଳରେ ଆଉ ଚାଷୀ ଅଭାବୀ ଧାନ ବିକ୍ରିର ଶୀକାର ହେବନାହିଁ କି ବେପାରୀକୁ କମ ମୂଲ୍ୟରେ ଧାନ ଦେବାକୁ ବାଧ୍ୟ ହେବ ନାହିଁ। ସରକାରୀ ମଣ୍ଡି ବ୍ୟବସ୍ଥା ଦ୍ୱାରା ଚାଷୀ ଧାନର ଉଚିତ୍ ସହାୟକ ମୂଲ୍ୟ ପାଇପାରିବ ଏହାର ମୂଳ ଲକ୍ଷ୍ୟ ଥିଲା।ମାତ୍ର ବାସ୍ତବରେ  ସେଭଳି କିଛି ହେଉନାହିଁ।

ସୂଚନା ଅନୁଯାୟୀ, ଚଳିତବର୍ଷ ହରଭଙ୍ଗା ବ୍ଲକରେ ୧୩ଟି ପ୍ୟାକ୍ସ ଅଧିନରେ ୧୯ଟି ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। ଧାନକ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ବିଶ୍ରାମ ଗୃହ,ଶୌଚାଳୟ,ପିଇବା ପାଣି, ଖୋଲାପିଣ୍ଡି ,ଗୋଦାମ ଗୃହ,କଭରସେଡ,ଡିଜିଟାଲ ଓଜନ ,ମାପ ଯନ୍ତ୍ର,ମଏଶ୍ଚର ମିଟର,ପେଡି କ୍ଲିନର,ସେଟଅପ ସିଡ,ଆନାଲିସିସ କିଟ ,ମିନି ଗ୍ରେଡର ଓ ତାରପୋଲିନ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ  ଧାନ କ୍ରୟର ୨ପ୍ରତିଶତ  ମୂଲ୍ୟ ଆର.ଏମ.ସି ନେଉଛି। ମାତ୍ର ବ୍ଲକର ବୀରନରସିଂହପୁର ଏବଂ ଛତ୍ରଙ୍ଗ ଭଳି ଦୁଇଟି ମାର୍କେଟ ୟାର୍ଡ ବ୍ୟତୀତ ଆଉ କୌଣସି ଧାନ କ୍ରୟ କେନ୍ଦ୍ରରେ ଏଭଳି ଆନୁସାଙ୍ଗିକ ବ୍ୟବସ୍ଥା ନଥିବା ଘଟଣା ମଣ୍ଡି ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି। ମଣ୍ଡିରେ ଏଫ.ଏ.କ୍ୟୁ ମାନ ନିର୍ଦ୍ଧାରଣ ପାଇଁ ବ୍ୟବସ୍ଥା ନଥିବା ମଧ୍ୟ ଜଣାପଡିଛି। ଯାହାଫଳରେ ଚାଷୀର ଏଫ.ଏ.କ୍ୟୁ ଧାନକୁ ମିର୍ଲ୍ଲସ ମନଇଛା ୨ରୁ ୩କେ.ଜି କଟନୀ ଛଟନୀ କରି ଏହାର ଫାଇଦା ଉଠାଉଛି। ଏଭଳି କୃତ୍ରିମ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଚାଷୀ ବଦଳରେ ଦଲାଲ ଧାନ ବିକ୍ରିକରି ବେଶ ଲାଭବାନ ହେଉଥିବା ଦେଖିବାକୁ ମିଳିଛି। ଏ ସଂର୍ପକରେ ବୌଦ୍ଧ ଆର.ଏମ.ସି ସଂପାଦକ ସଂଜୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ ପ୍ୟାକ୍ସ ଧାନ କ୍ରୟ କରୁଥିବାରୁ ତାରପୋଲିନ, ଖୋଲାପିଣ୍ଡି, ଚାଷୀ ବିଶ୍ରାମଗାର, ପିଇବା ପାଣି, ଶୌଚାଳୟ ଦାୟିତ୍ୱ ପ୍ୟାକ୍ସକୁ ଦିଆଯାଇଛି। ଆମେ କେବଳ ମାର୍କେଟ ୟାର୍ଡର ଆନୁସାଙ୍ଗିକ ବ୍ୟବସ୍ଥା କଥା ବୁଝୁଛୁ। ଧାନ କ୍ରୟ ମାନ ପରୀକ୍ଷା ସଂର୍ପକରେ ପଚାରିବାରୁ ପ୍ରତିଦିନ ଜିଲ୍ଲାରେ ୨୬ଟି କ୍ରୟ କେନ୍ଦ୍ରରେ ଧାନ କିଣା ଯାଉଛି। ସେହି ଅନୁପାତରେ ଆମ ପାଖରେ ମାତ୍ର ୮ଜଣ କର୍ମଚାରୀ ରହିଛନ୍ତି। ସେଥିପାଇଁ ଟିକିଏ ସମସ୍ୟା ରହୁଥିବା ସ୍ୱୀକାର କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଧାନକ୍ରୟ କେନ୍ଦ୍ରର ଆନୁସଙ୍ଗିକ ବ୍ୟବସ୍ଥା ଆର.ଏମ.ସିର ଦାୟିତ୍ୱ ନୁହେଁ, ତାହାହେଲେ ଜିଲ୍ଲାରେ କିଣାଯାଉଥିବା ଲକ୍ଷ ଲକ୍ଷ କ୍ବୁଣ୍ଟାଲ ଧାନ କ୍ରୟର ୨ ପ୍ରତିଶତ ମୂଲ୍ୟ ବାବଦକୁ ଆର.ଏମ.ସି କିପରି ବାର୍ଷୀକ କୋଟି କୋଟି ଟଙ୍କା ନେଉଛି ଏହାର ତଦନ୍ତ ହେବା ଦରକାର ବୋଲି ଚାଷୀ ମହଲରୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories