www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଟୀକା ନିରାପଦ ଓ ଫଳପ୍ରଦ: ଜାନୁଆରୀ ୧୬ରୁ କୋଭିଡ୍‌ ଟୀକାକରଣ, ୧୬୦ ଟୀକାଦାନ କେନ୍ଦ୍ର ଚିହ୍ନଟ

ଭୁବନେଶ୍ବର: କରୋନା ହାରିବ, ଭାରତ ଜିତିବ। କରୋନା ହାରିବ, ଓଡ଼ିଶା ଜିତିବ। ଏହି ଆହ୍ବାନରେ ଦେଶ ତଥା ରାଜ୍ୟରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲା। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ଓ ସାନିଟାଇଜର ବ୍ୟବହାର କରିବା ଆଦି ସମ୍ପର୍କରେ ଟୀକା ଆସିବା ପର୍ଯ୍ୟନ୍ତ ଲୋକେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଆଶାତୀତ ଭାବେ କମିବାରେ ଲାଗିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟୀକା ବାହାରି ସାରିଛି। ଆଜି ଓଡ଼ିଶା କରୋନା ଟୀକା ‘କୋଭିସିଲ୍ଡ’ ଓଡ଼ିଶା ପହଞ୍ଚି ସାରିଛି।

- Advertisement -

ଆସନ୍ତା ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ କୋଭିଡ୍‌ ଟୀକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ୧୬୦ଟି ଟୀକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ଟୀକା ଦିଆଯିବ। ଟୀକାଦାନ ସମୟରେ କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ଜିଲା ସଦର ମହକୁମାର ହସ୍ପିଟାଲରେ ତଥ୍ୟ ସରବରାହ ପାଇଁ ଭିଡିଓ କନଫେରେନ୍‌ସିଂ ବ୍ୟବସ୍ଥା କରାଯାଇଛି। ଫଳରେ ‌ଟୀକା ଓ ଟୀକା ନେଇଥିବା ବ୍ୟକ୍ତିଙ୍କ ସଂପର୍କରେ କେନ୍ଦ୍ର ସରକାର ସୂଚନା ପାଇପାରିବେ।
କୋଭିଡ୍‌ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ୩୦ଟି ଜିଲା ବ୍ୟତୀତ ୫ ମହାନଗର ନିଗମରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ଟୀକାଦାନ କେନ୍ଦ୍ରରେ ୧୦୦ଜଣ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ। ସବୁ ଟୀକାଦାନ କେନ୍ଦ୍ରରେ ଏଇଏଫ୍‌ଆଇ କିଟ୍‌ ମହଜୁଦ ରହିଛି। ଟୀକା ନେବା ପରେ ଯଦି କୌଣସି ବ୍ୟକ୍ତିଙ୍କ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତା’ହେଲେ ଏଇଏଫ୍‌ଆଇ କିଟ୍‌ରେ ଥିବା ଇଞ୍ଜେକସନ୍‌ ଦିଆଯିବ। କୋଭିଡ୍‌ ଟୀକାକରଣର ସୁପରିଚାଳନା ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଜିଲାସ୍ତରୀୟ କମିଟି ମଧ୍ୟ ଜିଲାରେ ଟୀକାର ସୁପରିଚାଳନାର ନିରୀକ୍ଷଣ କରିବାକୁ କୁହାଯାଇଛି।

କଟକ ଏସ୍‌ସିବି ମେଡ଼ିକକାଲ୍‌ କଲେଜ ମେଡ଼ିସିନ୍‌ ବିଭାଗ ମୁଖ୍ୟ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି ଯେ ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ କରୋନା ଟୀକାକରଣ ଆରମ୍ଭ ହେବ। ଏହି ଟୀକାକରଣରେ ଓଡ଼ିଶା ମଧ୍ୟ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯିବ। କରୋନା ଟୀକା ଦିଆଯାଇ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ ରଖାଯିବ।

କରୋନା ଟୀକା ନିରାପଦ ଓ ଫଳପ୍ରଦ, କିନ୍ତୁ ଟୀକା ନେବା ଇଚ୍ଛାଧୀନ ରହିଛି। ଏହା ବାଧ୍ୟତାମୂଳକ ନୁହେଁ। ଯଦି ଆମେ କୋଭିଡ୍‌ ଟୀକା ନେବା, ତାହାହେଲେ କରୋନା ସଂକ୍ରମଣକୁ ବହୁମାତ୍ରାରେ ରୋକି ପାରିବା। କରୋନା ଟୀକା ପର୍ଯ୍ୟାୟକ୍ରମେ ଦେବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ କରୋନା ଭୂତାଣୁ ସଂସ୍ପର୍ଶରେ ସିଧାଶଳଖ ଆସୁଛନ୍ତି ଯଥା କୋଭିଡ୍‌ ଯୋଦ୍ଧା ଓ ବୟସ୍କ ଯେଉଁମାନେ ଶାରୀରିକ ଅସୁସ୍ଥ, ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ। ଏମାନଙ୍କ ପରେ ଅନ୍ୟମାନଙ୍କୁ ଟୀକା ଦିଆଯିବ। ଯେଉଁମାନେ ଟୀକା ନେବେ, ତା’ର ୨୮ ଦିନ ପରେ ସେହି ଟୀକାର ଦ୍ବିତୀୟ ଡୋଜ ନେବାକୁ ପଡ଼ିବ। ତେବେ ଟିକା ନେବା ପାଇଁ ପଞ୍ଜୀକରଣ ଜରୁରୀ। ଟୀକା ନେବା ପାଇଁ ପଞ୍ଜୀକରଣ କରିବା ପରେ ତାଙ୍କ ମୋବାଇଲ୍‌ ନମ୍ବରକୁ ଏକ ମେସେଜ ଆସିବ। କେଉଁଠି ଓ କେଉଁଦିନ ତାଙ୍କୁ ଟୀକା ଦିଆଯିବ ତାହା ତାଙ୍କୁ ମୋବାଇଲ୍‌ରେ ମେସେଜ ପଠାଯିବ। ଆବଶ୍ୟକ ପରିଚୟପତ୍ର ଦେଖାଇ ଟୀକାଦାନ କେନ୍ଦ୍ରରୁ ଟିକା ନେଇପାରିବେ ବୋଲି ପ୍ରଫେସର ଜୟନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories