www.samajalive.in
Tuesday, December 9, 2025
17.1 C
Bhubaneswar

ସମସ୍ତ ଟ୍ରେନ୍‌ ଚଳାଚଳ ଦାବିରେ ଷ୍ଟେଶନ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର: ଯଥାଶୀଘ୍ର ସମସ୍ତ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିବା ସହ ରେଳ ଯାତ୍ରୀଙ୍କୁ ସମସ୍ତ ପ୍ରକାର ରିହାତି ପ୍ରଦାନ କରିବା ଦାବିରେ ମଙ୍ଗଳବାର ରେଳ ଘରୋଇକରଣ ବିରୋଧୀ ଜନ ଅଭିଯାନ ତରଫରୁ ବ୍ରହ୍ମପୁର ଷ୍ଟେସନ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଏ ନେଇ ଏକ ଦାବିପତ୍ର ବ୍ରହ୍ମପୁର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଏବଂ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଦାବିପତ୍ରରେ କୁହାଯାଇଛି ଯେ, ଆମ ଦେଶର ଅଧିକାଂଶ ଜନସାଧାରଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ ରେଳ ଉପରେ ନିର୍ଭରଶୀଳ। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ଠାରୁ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଥିଲା। ଦୀର୍ଘ ୬ ମାସ ପରେ ଅଳ୍ପ କିଛି ସ୍ପେଶାଲ୍‌ ଟ୍ରେନ ଚଳାଚଳ କରାଯାଇଛି। ଅଥଚ ଯାତ୍ରୀଭଡ଼ାରେ ଯେଉଁ ଯଥାର୍ଥ ରିହାତି ପ୍ରଦାନ କରାଯାଉଥିଲା ତାହା ଉଠାଇ ଦିଆଯାଇଛି। ବର୍ତ୍ତମାନ ସମସ୍ତ ଅଫିସ୍ ଓ ବ୍ୟବସାୟିକ ଅନୁଷ୍ଠାନ ଖୋଲିବା ଆରମ୍ଭ କଲାଣି। ଲୋକେ ନିଜର ଜୀବନ ଜୀବିକା ପାଇଁ ଏବଂ ଅଫିସକୁ ଯାତାୟତ କରିବା ଆରମ୍ଭ କଲେଣି। ବର୍ତ୍ତମାନ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ଥିବା ହେତୁ ଅଧିକାଂଶ ଲୋକ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

- Advertisement -

ଏଥିସହ ଯେଉଁ ରେଳ ସେବାକୁ ଆମ ଦେଶର ଜୀବନ ରେଖା ବୋଲି କୁହାଯାଏ, ତାହାକୁ ସରକାର ଘରୋଇକରଣ ଓ ବ୍ୟବସାୟୀକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଯଥା ଶୀଘ୍ର ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିବା ସହ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ରୀହାତି ପ୍ରଦାନ କରିବା ଏବଂ ରେଳ ସେବାର ଘରୋଇକରଣ ଓ ବ୍ୟବସାୟୀକରଣ ବନ୍ଦ କରିବା ପାଇଁ ରେଳ ଘରୋଇକରଣ ବିରୋଧୀ ଜନ ଅଭିଯାନ ଓଡ଼ିଶା ଗଞ୍ଜାମ ଜିଲ୍ଲା ତରଫରୁ ଦାବି କରାଯାଇଛି। ଏଥିରେ ସୋମନାଥ ବେହେରାଙ୍କ ସମେତ ଅନ୍ୟମାନେ ଭାଗନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories