www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମୃଦ୍ଧ ଅଞ୍ଚଳ ହେବ ଅନୁଗୁଳ : ଧର୍ମେନ୍ଦ୍ର ପ୍ରଧାନ

-ଦଳରେ ଶତାଧିକ ବିଜେଡି, କଂଗ୍ରେସ ଓ ବିଏସପି କର୍ମୀଙ୍କ ଯୋଗଦାନକୁ ସ୍ୱାଗତ
-ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବ
-ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତ୍ତାକୁ ଘରେ ଘରେ ପହଁଚାଇବା ପାଇଁ ଆହ୍ୱାନ

ଅନୁଗୁଳ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଣି ଖଦାନ ଅଞ୍ଚଳ ଅନୁଗୁଳ ତଥା ତାଳଚେରର ବିକାଶ ପାଇଁ ଡିଏମଏଫ ପାଣ୍ଠି ସମେତ କୋଇଲା ଉତ୍ପାଦନକୁ ବଢ଼ାଇବା ପାଇଁ ଅନେକ ଯୋଜନା କରିଛନ୍ତି। ଆଗାମୀ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାକୁ ସମୃଦ୍ଧ ଅଞ୍ଚଳ କରାଯିବ ବୋଲି ରବିବାର ଅନୁଗୁଳ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଅନେକ ଲୋକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

- Advertisement -

ଏହି ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ଅନୁଗୁଳ, ଛେଣ୍ଡିପଦା, ପାଲଲହଡ଼ା, ତାଳଚେରର ଅନେକ କଂଗ୍ରେସ, ବିଜେଡ଼ି, ବିଏସପିର ଶତାଧିକ କର୍ମୀ ତଥା ଅନେକ ଯୁବକ ମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳରେ ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ୍‍ କରିବ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ବିକାଶ ପାଇଁ ପୂର୍ବୋଦୟର ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାକୁ ସମୃଦ୍ଧଶାଳୀ କରିବା ପାଇଁ ପଡ଼ିବ। ଏହାସହ ଅନୁଗୁଳ ତଥା ତାଳଚେରବାସୀଙ୍କ ସମ୍ପନ୍ନ ପାଇଁ ଉଦ୍ୟମ କରିବାକୁ ପଡ଼ିବ। ଅନୁଗୁଳ ତଥା ତାଳଚେରରେ ଯୁବକଙ୍କ ରୋଜଗାର ଓ ସ୍ୱରୋଜଗାରକୁ ବଢ଼ାଇବା ପାଇଁ ଉଦ୍ୟମ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ଓଡ଼ିଶା ଅର୍ଥନୀତିର ପେଣ୍ଠସ୍ଥଳି ହେବ ବୋଲି ସେ କହିଛନ୍ତି।
ଅନୁଗୁଳରେ ବିଜେପିର ହାତମୁଠାକୁ ଅଧିକ ଟାଣ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତ୍ତାକୁ ଘରେ ଘରେ ପହଁଚାଇବା ସମେତ କାର୍ଯ୍ୟକର୍ତ୍ତାମାନେ ସାମାଜିକ ଓ ଲୋକଙ୍କ ସମସ୍ୟାକୁ ଉଠାଇବା ଦରକାର।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories