www.samajalive.in
Monday, December 8, 2025
27.1 C
Bhubaneswar

‘ସମାଜ‘ ପ୍ରଭାବ: ମୋହନାରେ କରୋନାର ଲେଉଟାଣି ଖବର ପ୍ରକାଶନ ପରେ ପ୍ରଶାସନର ତତ୍ପରତା

ମୋହନା : ଦୀର୍ଘ ୯ ମାସର ବ୍ୟବଧାନ ପରେ ପୁଣି ଗଜପତି ଜିଲ୍ଲାର ମୋହନା ବ୍ଳକକୁ ଲେଉଟିଛି କରୋନା। ଜିଲ୍ଲାରେ ଦୁଇଦିନ ମଧ୍ୟରେ ୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେବଳ ରବିବାର ଓ ସୋମବାର ଦୁଇଦିନ ମଧ୍ୟରେ ମୋହନା ବ୍ଳକରେ ୨୧ ଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହାଦ୍ୱାରା ଶିକ୍ଷକ, ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି। ଶିକ୍ଷକମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାଘାତ ସୃଷ୍ଟି ହେବାସହ ଉପସ୍ଥାନ ମଧ୍ୟ କମିବାର ଆଶଙ୍କା ପ୍ରକାଶ ପାଇଛି । ଆକ୍ରାନ୍ତ ଶିକ୍ଷକଙ୍କ ମଧ୍ୟରୁ କେତେକଙ୍କୁ ହୋମ୍ ଆଇସୋଲେସନରେ ଓ କୋଡ଼ିଡ୍‌ କେୟାର ସେଣ୍ଟରରେ ରଖାଯାଇ ଚିକିତ୍ସା ଚାଲିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି । ଆଗକୁ ଏହି ସଂଖ୍ୟା ବଢିବାର ସମ୍ଭାବନା ଦେଖାଦେଇଛି । ଏହି ଖବର ସମାଜରେ ଲଗାତର ଭାବେ ଦୁଇଦିନ ଧରି ପ୍ରକାଶନ ପରେ ପ୍ରଶାସନର ଚେତା ଫେରିଛି । ଏଣୁ ରବିବାର ପୁର୍ବାହ୍ନ ୧୧ଟା ସମୟରେ ଗଜପତି ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୋହନା ବ୍ଲକ କାର୍ୟ୍ୟାଳୟରେ ଉପସ୍ଥିତରହି ସାମ୍ବାଦିକ ସମ୍ମିଳନୀ ଡକାଇ କରୋନାର ମୁକାଇଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ, ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀମାନଙ୍କର କରୋନା ଟେଷ୍ଟ, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେଣ୍ଟ ଟେଷ୍ଟ କରାଯିବା, ଏଥିପ୍ରତି ସମସ୍ତେ ସଜାଗ ହୋଇ ବିଦ୍ୟାଳୟଜୁ ଭୟମୁକ୍ତ କରିବା ଓ ପ୍ରଶାସନକୁ ପୂର୍ଣ୍ଣମାତ୍ରାରେ ସମସ୍ତେ ସହଯୋଗ କରିବା ସଂପର୍କରେ ମତବ୍ୟକ୍ତ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories