www.samajalive.in
Tuesday, December 9, 2025
17.1 C
Bhubaneswar

ଶିକ୍ଷାସ୍ରୋତରେ ସାମିଲ ହେବେ କରୋନା ବିସ୍ଥାପିତ ଛାତ୍ରଛାତ୍ରୀ, ନିର୍ଦ୍ଦେଶାବଳୀ ଜାରି

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିସ୍ଥାପିତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା, ଆଡ୍‍ମିଶନ କରାଇବା ଏବଂ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ଜାରି ରଖିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ କହିଛି, କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ ବାଦ୍‍ ପଡିଥିବା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ। ଫଳରେ ବିଦ୍ୟାଳୟରୁ କମ୍‍ ଉପସ୍ଥାନ ହ୍ରାସ ପାଇବା ସହ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ।

ଏହି ନିର୍ଦ୍ଦେଶାବଳୀରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ, ସ୍ଥାନୀୟ ଶିକ୍ଷକ ଏବଂ ଗୋଷ୍ଠୀ ଯୋଗଦାନ ମାଧ୍ୟମରେ ଚିହ୍ନଟ କରାଯାଇ ଆବଶ୍ୟକୀୟ ଶିକ୍ଷାଦାନ ପ୍ରକ୍ରିୟା ଗ୍ରହଣ କରାଯିବ। ଏହି ବର୍ଗରେ ଘରକୁ ଘର ଯାଇ ୬ରୁ ୧୮ବର୍ଷ ବୟସ ମଧ୍ୟରେ ଶିକ୍ଷାଦାନରୁ ବାଦ୍‍ ପଡିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ସହ ସେମାନଙ୍କ ଶିକ୍ଷାଦାନ ପାଇଁ ପଞ୍ଜୀକରଣ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories