www.samajalive.in
Monday, December 8, 2025
27.1 C
Bhubaneswar

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‍କୁ ଆକ୍ରମଣ ଘଟଣା; ୬ ଗ୍ରାମବାସୀ ଗିରଫ

ଫୁଲବାଣୀ : ଗଂଜେଇ ଜବତ କରିବାକୁ ଯାଇଥିବା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମକୁ ଆକ୍ରମଣ କରିଥିବା କାକେନ୍ଦ୍ରୀ ଗ୍ରାମର ୬ ଜଣଙ୍କୁ ଆଜି ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଗୋପିନାଥ ମଲିିକ, ବଶିଷ୍ଠ ପ୍ରଧାନ, କନିଷ୍କ ପ୍ରଧାନ, ମହେନ୍ଦ୍ର ବେହେରା, ନିରାକାର ବେହେରା ଓ କବିରାଜ ବେହେରା। ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୦୭//୩୫୩,୩୪(ବି)୫୦୬/୧୦୯/୧୪୯ ଏବଂ ଏନଡିପିଏସ ଆକ୍ଟର ଧାରା ୨୦(ବି)ସସ(ସି) ଅନୁସାରେ ମାମଲା ରୁଜୁ କରାଯାଇଛି। ରବିବାର ସଂଧ୍ୟାରେ ଏମାନଙ୍କୁ ସଦର ପୁଲିସ କୋର୍ଟ ଚାଲାଣ କରଛି। ଏହି ଘଟଣା ପରେ ଗ୍ରାମରେ ବର୍ତ୍ତମାନ ଗିରଫ ଭୟର ଆତଙ୍କ ଦେଖାଯାଇଛି। ଅନ୍ୟପକ୍ଷରେ ଗିରଫ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଥିବା ମଧ୍ୟ ପୁଲିସ୍‍ ସୂତ୍ରରୁ ପ୍ରକାଶ।

ସୂଚନା୍େ‍ଯାଗ୍ୟ, ଗତ ୪ ତାରିଖ ରାତିରେ କ୍ରାଇମବ୍ରାଞ୍ଚର ଏକ ସାତ ଜଣିଆ ଦଳ( ଜଣେ ମହିଳାଙ୍କ ସମେତ) ଖଜୁରୀପଡା ଥାନା ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମକୁ କୌଣସି ପ୍ରକାର ଖବର ପାଇଁ ରାତି ଅଧିଆ ବେଆଇନ ଗଂଜେଇ ଜବତ କରିବା ପାଇଁ ଯାଇଥିଲେ। ତେବେ ଗ୍ରାମବାସୀ ଏମାନଙ୍କୁ ଅଟକାଇ ରଖିବା ସହ ମାଡ ମାରିବା ଅଭିଯୋଗ ହୋଇଥିଲା। ପରଦିନ ସକାଳୁ ସଦର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ ଏହି ମାମଲାରେ ଗ୍ରାମର କିଛି ଲୋକଙ୍କୁ ଥାନାକୁ ନେଇ ପଚରା ଉଚୁରା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘଟଣାରେ କେହି ଗିରଫ ହୋଇ ନଥିବାରୁ ସମୂଦାୟ ଘଟଣା ଏକ ରହସ୍ୟ ଭିତରେ ରହିଥିଲା। ଅପରପକ୍ଷରେ ଏହି ପୁଲିସ ଅଧିକାରୀ ମାନେ ସାଦା ପୋଷାକରେ ଆସି ଗ୍ରାମବାସୀଙ୍କୁ ରାତି ଅଧରେ ହଇରାଣ ହରକତ କରୁଥିବା ନେଇ ଗ୍ରାମର କିଛି ଲୋକ ପାଲଟା ଅଭିଯୋଗ କରିଥିଲେ। ତେବେ ଆଜି ପୁଲିସ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ନାମଂଜୁର ହେବାରେ ସେମାନଙ୍କୁ ଜେଲ ପଠାଇ ଦିଆ ଯାଇଛି। ଏନେଇ କେସ ନଂ ୩ା୨୧ ରେ ଏକ ମାମଲା ରୁଜୁହୋଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories