www.samajalive.in
Tuesday, December 9, 2025
17.1 C
Bhubaneswar

ଧାନ ମଣ୍ଡିର ଅନିୟମିତତାକୁ ନେଇ ଉଦବେଗ ପ୍ରକାଶ କଲେ ବିଜେପି ପ୍ରତିନିଧି ଦଳ 

ପାପଡାହାଣ୍ଡି: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଆଜି ପାପଡାହାଣ୍ଡି ବ୍ଲକ ଜଟାବାଲ ଧାନ ମଣ୍ଡି ତଦାରଖ କରିବା ସହ ମଣ୍ଡିରେ ଅନିମିୟତା ଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀଙ୍କ ଉପରେ ବର୍ଷିଥିଲେ। ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅନ୍ୟାନ୍ୟ ବିଜେପି କର୍ମୀମାନେ ଜଟାବାଲ ଧାନ ମଣ୍ଡିକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। କୃଷକମାନଙ୍କ ପାଇଁ ଆବଶ୍ୟକୀୟ କୌଣସି ସୁବିଧା ନଥିବା କାରଣରୁ ଏବଂ ସରକାରୀ ଗାଇଡଲାଇନକୁ ଅଧିକାରୀମାନେ ପାଳନ କରୁ ନଥିବା କାରଣରୁ ରାଜ୍ୟ ଉପସଭାପତି ଶ୍ରୀ ମାଝୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଏପରି ଅନିୟମିତତା ହେଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୋୟୀ ଏବଂ ଜିଲ୍ଲା ଉପସଭାପତି ଜୟନ୍ତ କୁମାର ପାତ୍ର ବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ବରିଷ୍ଠ ନେତା କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମନୋଜ ମହାଙ୍କୁଡ, ଯୁବମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଭ୍ୟ ଅରୁଣ ପୂଜାରୀ, ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ପୂର୍ବତନ ମଣ୍ଡଳ ସଭାପତି ଦାମଧର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ନରେନ୍ଦ୍ର ସାହୁ, ମଣ୍ଡଳ ସଭାପତି କ୍ଷେତ୍ର ମୋହନ ପାତ୍ର, ଚିତ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories