www.samajalive.in
Sunday, December 7, 2025
13.1 C
Bhubaneswar

ବର୍ଷ ଆରମ୍ଭରୁ ବଢିଲା ପୁଲିସର ଚିନ୍ତା, ସପ୍ତାହକ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ

ବୌଦ୍ଧ : ଶାନ୍ତ ସରଳ ବୌଦ୍ଧ ଜିଲ୍ଲାରେ ଅପରାଧ ହାର ବଢି ଚାଲିବା ଜିଲ୍ଲା ପୁଲିସ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ବେଆଇନ ଗଂଜେଇ ଚାଷକୁ ନେଇ ସାରା ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିବା ଏହି ଛୋଟ ଜିଲ୍ଳାରେ ନିଯୁକ୍ତିର ବିଶେଷ ସୁଯୋଗ ନ ଥିବାବେଳେ ଯୁବଗୋଷ୍ଠୀ ଏବେ ଅପରାଧ ମୁହାଁ ହେଉଥିବା ନେଇ ଜିଲ୍ଲାର ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ୨୦୨୦ର କରୋନା ମହାମାରୀ ପିଡା ଜିଲ୍ଳାବାସୀ ଏଯାଏଁ ଭୋଗ କରୁଥିବାବେଳେ ରୋଜଗାର ହରାଇ ଅନେକ ଶ୍ରମିକ ପରିବାର ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ୨୦୨୧ରେ ନୂଆ ସକାଳ ସମସ୍ତ ଦୁଃଖ କଷ୍ଟକୁ ଭୁଲାଇ ଜୀବନରେ ଆଗକୁ ବଢିବାର ରାସ୍ତା ଦେଖାଇବ ବୋଲି ଆଶାବାଦୀ ରହିଥିବାବେଳେ ବୌଦ୍ଧ ଜିଲ୍ଳାରେ ଗତ ସପ୍ତାହକ ମଧ୍ୟରେ ଦୁଇଟି ନୃଂଶସ ହତ୍ୟାକାଣ୍ଡ ସାଧାରଣଲୋକଙ୍କ ମନରେ ଆଲୋଡନ ସୃଷ୍ଟି କରିଛି। ଗତ ଡିସେମ୍ବର ୩୦ ତାରିଖଠାରୁ ନିଖୋଜ ଥିବା ବୌଦ୍ଧ ଏନଏସି ୧୧ ନମ୍ବର ୱାର୍ଡର ପୂର୍ବତନ କାଉନସିଲରଙ୍କ ଗଳିତ ଶବକୁ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟଠାରୁ ମାତ୍ର ଦୁଇଶହ ମିଟର ଦୂରତାରେ ଏକ ବାଲିଗଦାରୁ ପୁଲିସ ଗତ ୪ ତାରିଖରେ ଉଦ୍ଧାର କରିଥିଲା। ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ସହିତ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି।

ସେହିପରି ଗତ ୭ ତାରିଖ ଦିନ ଘରୋଇ ଶତୃତାରୁ ବୌଦ୍ଧଥାନା ଅନ୍ତର୍ଗତ ଖମାରୀପଡା ଗ୍ରାମରେ ପୂର୍ବ ଶତ୍ରୁତାରୁ ନିଜ କକାପୁଅ ଭାଇକୁ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ହତ୍ୟାକାଣ୍ଡ ପଛରେ ପରକୀୟାପ୍ରିତି କାରଣ ରହିଛି। ଯାହାକି ଏକ ସଭ୍ୟ ସମାଜ ପାଇଁ ଚିନ୍ତାର ବିଷୟ ଅଟେ। ଉଭୟ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ତୁରନ୍ତ ଧରି ପୁଲିସ ନିଜ ପିଠିକୁ ନିଜେ ଥାପୁଡାଉଥିବା ବେଳେ ବର୍ଷ ଆରମ୍ଭରେ ଏହିପରି ଦୁଇ ଦୁଇଟି ଜଘନ୍ୟ ହତ୍ୟାକାଣ୍ଡ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

- Advertisement -

ଜିଲ୍ଳା ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହକ ମଧ୍ୟରେ ବୌଦ୍ଧ ଆଦର୍ଶଥାନା ଅଧିନରେ ଦୁଇଗୋଟି ହତ୍ୟାକାଣ୍ଡ ବ୍ୟତୀତ ୨ ଗୋଟି ଯୌତୁକଜନିତ ମାମଲା ହୋଇଥିବାବେଳେ ପୁରୁଣାକଟକ ଥାନା ଅଧିନରେ ୧ ଟି ଦୁର୍ଘଟଣା ଜନିତ ମାମଲା, ବାଉଁଶୁଣୀ ଥାନା ଅଧିନରେ ୧ ସିନ୍ଧି ଚୋରୀ ମାମଲା ଓ ମନମୁଣ୍ଡା ଥାନା ଅଧିନରେ ୨ ଗୋଟି ହତ୍ୟା ପାଇଁ ଆକ୍ରମଣ ମାମଲା ରୁଜୁ ହୋଇଥିବାବେଳେ ସେଥିମଧ୍ୟରୁ ୧ ଟି କେସ ପରିବର୍ତ୍ତିତ ହୋଇ ହତ୍ୟା ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଅନେକ ମାମଲାକୁ ଥାନାସ୍ତରରେ ବୁଝାମଣା କରି ସମାଧାନ କରାଯାଇଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories