www.samajalive.in
Tuesday, December 9, 2025
16.1 C
Bhubaneswar

ଚତୁର୍ଥ ଟେଷ୍ଟ ଖେଳାଯିବା ନେଇ ଆଶଙ୍କା, ବ୍ରିସବେନ୍‌ରେ ୩ ଦିନିଆ ଲକ୍‌ଡାଉନ୍‌

ସିଡନୀ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୪ର୍ଥ ମ୍ୟାଚ୍‌ ଆସନ୍ତା ୧୫ରୁ କୁଇନ୍‌ସଲାଣ୍ଡର ରାଜଧାନୀ ବ୍ରିସବେନ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବ୍ରିସବେନ୍‌ରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇଥିବାରୁ ସେଠାକାର ସରକାର ବ୍ରିସବେନ୍‌କୁ ୩ ଦିନ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଥାଉକି ବ୍ରିସବେନ୍‌ରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଉଭୟ ଦଳର କ୍ରିକେଟର୍‌ଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ସେଠାକାର ପ୍ରଶାସନ ଘୋଷଣା କରିଥିଲା। ଏହାକୁ ନେଇ ଭାରତୀୟ କ୍ରିକେଟର୍‌ ଓ ସପୋର୍ଟ ଷ୍ଟାଫ୍‌ମାନେ ଅସନ୍ତୋଷବ୍ୟକ୍ତ କରିଥିଲେ। ବ୍ରିସବେନ୍‌ରେ ଭାରତୀୟ କ୍ରିକେଟର୍‌ଙ୍କ ନିମନ୍ତେ ସଙ୍ଗରୋଧ ନିୟମ କୋହଳ କରିବାକୁ ବିସିସିଆଇ ତରଫରୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ପତ୍ର ଲେଖା ଯାଇଥିଲା। ଅନ୍ୟପକ୍ଷରେ ବ୍ରିସବେନ୍‌ରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ସେଠାରେ ୪ର୍ଥ ମ୍ୟାଚ୍‌ ଆୟୋଜନ କରିବା ବର୍ତ୍ତମାନ କ୍ରିକେଟ୍‌ ଅଷ୍ଟ୍ରେଲିଆ ନିମନ୍ତେ ଚିନ୍ତାର କାରଣ ହୋଇପଡ଼ିଛି। ଏ ସଂପର୍କରେ ଅଷ୍ଟ୍ରେଲିଆରୁ ପ୍ରକାଶିତ ଏକ ଖବରକାଗଜ ଅନୁଯାୟୀ ବ୍ରିସବେନ୍‌ରେ ୩ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ତରଫରୁ ଏହା ଉପରେ ନଜର ରଖାଯାଇଛି। ବ୍ରିସବେନ୍‌ ଟେଷ୍ଟ ଆୟୋଜିତ ହୋଇପାରିବ କି ନାହିଁ ତାହା ଅଳ୍ପ କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ। ବ୍ରିସବେନ୍‌ ଟେଷ୍ଟ ଦେଖିବାକୁ ଷ୍ଟାଡ଼ିୟମରେ ୩୬ ହଜାର ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପୂର୍ବରୁ ମନସ୍ଥିର କରିଥିଲା। ତେବେ ସେଠାରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ କେତେ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡ଼ିୟମ ମଧ୍ୟକୁ ଛଡ଼ାଯିବ ସେ ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ଚିନ୍ତା କରିବାକୁ ପଡ଼ିବ ବୋଲି ଖବରକାଗଜ ରିପୋର୍ଟରେ ଦର୍ଶାଯାଇଛି। ଯଦି ବ୍ରିସବେନ୍‌ରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ସମ୍ଭବପର ନ ହୁଏ ତେବେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇ ପାରେ ବୋଲି ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories