www.samajalive.in
Tuesday, December 9, 2025
17.1 C
Bhubaneswar

ଆସନ୍ତାକାଲି ଆରମ୍ଭ ହେବ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‍ ପ୍ରାକୃତିକ ଗ୍ୟାସ୍‍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍‍ଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ ବୋଲି ଇନ୍‍ଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ. ଥୋରାଟ କହିଛନ୍ତି। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ। ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ଏବଂ ନିର୍ମଳ ଲାଗି ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ।

ତିନିବର୍ଷ ପାଇଁ ଭୁବନେଶ୍ୱର ଆଇସିଟି ଆଇଓସି ବିଶୋଧନ ଯନ୍ତ୍ରର ରକ୍ଷାଣାବେକ୍ଷଣ ଦାୟିତ୍ୱ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସେବା ଯୋଗାଇଦେବେ। ଏବେ ବିନ୍ଦୁସାଗର ଜଳ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି। ସଂସ୍ଥା ପକ୍ଷରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି।

- Advertisement -

ଗତ ବର୍ଷ ଜୁନ ମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‍ ଅଫ୍‍ କେମିକାଲ୍‍ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ୱଚ୍ଛତାକୁ ନେଇ ବୁଝାମଣା ହୋଇଥିଲା। ୩ ମାସ ଭିତରେ ବିନ୍ଦୁସାଗର ଜଳକୁ ସ୍ୱଚ୍ଛ କରିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ତେବେ କୋଭିଡ୍‍-୧୯ ମହାମାରୀ ଯୋଗୁ କାର୍ଯ୍ୟରେ ବିଳମ୍ବ ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories