www.samajalive.in
Thursday, December 11, 2025
26.1 C
Bhubaneswar

ସରକାରୀ ସହାୟତା ବିନା ୧୦୩ ବର୍ଷ

ନୂଆଦିଲ୍ଲୀ: ୧୦୩ ବୟସ୍କ ଜଣେ ବୃଦ୍ଧାଙ୍କ ମାନସିକତା ଦୃଷ୍ଟିଭଙ୍ଗୀ ଆମ ପାଇଁ ଦୃଷ୍ଟାନ୍ତ ବୋଲି କୁହାଯାଇପାରେ। କର୍ଣ୍ଣାଟକର ଉଡ଼ୁପି ସହର ସନ୍ନିକଟ କାଦାନଗୋଡ଼ୁ-କାରଜେ ଗ୍ରାମରେ ବାସ କରୁଥିବା ସାରାସାଜୀ(୧୦୩) ବର୍ଷୀୟା ବୃଦ୍ଧାଙ୍କ ନିକଟରେ ଆଜି ମଧ୍ୟ ପହଞ୍ôଚ ନାହିଁଁ ସରକାରୀ ସୁବିଧା। ଏକ ଝାଟିମାଟି ଘରେ ଏକୁଟିଆ ଜୀବନ ଅତିବାହିତ କରୁଥିବା ବୃଦ୍ଧା ସାରାସାଜୀଙ୍କ ନା’ ଅଛି ଅଧାର କାର୍ଡ଼, ନା’ ଆବେଦନ କରିଛନ୍ତି ଭୋଟର କାର୍ଡ଼। ତଥାପି ତାଙ୍କର ଏଥିପ୍ରତି ଅବସୋସ ନାହିଁ। ବରଂ ଏ ସମ୍ପର୍କରେ ସାରାସାଜୀଙ୍କୁ ପଚାରିଲେ ସେ ପାଲଟା ପ୍ରଶ୍ନ କରନ୍ତି, ଏହାର ଆବଶ୍ୟକ କ’ଣ? ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୟୋଜ୍ୟେଷ୍ଠ ମହିଳା ଜଣକ ତାଙ୍କ ଜୀବନ କାଳରେ କେବେ ମଧ୍ୟ କାହା ନିକଟରେ ହାତ ପାତି ନାହାନ୍ତି। ଏପରିକି ଗ୍ରାମବାସୀଙ୍କୁ ସହଯୋଗ ପାଇଁ ମଧ୍ୟ କହି ନାହାନ୍ତି କେବେ ସାରାସାଜୀ। ଏଭଳି ଜଣେ ଅତ୍ମନିର୍ଭରଶୀଳ ମହିଳାଙ୍କୁ ମଧ୍ୟ ମୌଳିକ ସୁବିଧାର ଆବଶ୍ୟକତା ରହିଛି। ତେଣୁ ଉକ୍ତ ଗ୍ରାମର ବାଲାକୃଷ୍ଣ ସେଟ୍ଟି ନାମକ ଜଣେ ଗ୍ରାମବାସୀଙ୍କ ଉଦ୍ୟମରେ ଚାନ୍ଦା କରି ନିର୍ମାଣ ହେଉଛି ସାରାସାଜୀଙ୍କ ପାଇଁ ନୂତନ ଘର। ଖୁବ ଶୀଘ୍ର ଏହି ଘରକୁ ସ୍ଥାନାନ୍ତର ହେବେ ସାରାସାଜୀ। ନୂତନ ଘରେ ତାଙ୍କୁ ମିଳିବ ଶୌଚାଳୟ, ଗାଧୁଆ ଘର ସହ ସୁରକ୍ଷା।
ସର୍ବଦା ସରକାରୀ ସହାୟତା ବିନା ସ୍ୱାଧୀନ ଭାବେ ନିରବଛିନ୍ନ ଜୀବନ ଅତିବାହିତ କରିବାକୁ ଆଗ୍ରହୀ ସାରାସାଜୀଙ୍କ ପାଇଁ ତେଣୁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ଏକାଧିକ ସରକାରୀ ଅଧିକାରୀ ତାଙ୍କ ଝାଟିମାଟି କୁଡ଼ିଆରେ ପହଞ୍ôଚ ତାଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି। ସାରାସାଜୀଙ୍କ ନିକଟରେ ଭୋଟର କାର୍ଡ଼, ଆଧାର କାର୍ଡ଼ ଏପରିକି ରାସନ କାର୍ଡ଼ ନଥିବା ଜାଣିବା ପରେ ତାଙ୍କୁ ଆବେଦନ କରିବାକୁ ସରକାରୀ ଅଧିକାରୀମାନେ ଏବେ ପରାମର୍ଶ ଦେଇଛନ୍ତି। ହେଲେ କ’ଣ ହେବ ଏସବୁର ଆବଶ୍ୟକତା ବୋଲି ସାରାସାଜୀ କହି ସେ ସବୁକୁ ଆଡ଼େଇ ଦେଇଛନ୍ତି। ନିକଟରେ ସ୍ଥାନୀୟ ତହସିଲଦାର ମଧ୍ୟ ସାରାସାଜୀଙ୍କ ସମ୍ପର୍କରେ ଖବର ପାଇ ତାଙ୍କୁ ଜାତିଗତ ଓ ଆୟ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ସାରାସାଜୀ କେବେ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ଅନୁଭବ କରି ନ ଥିଲେ। “ମୋର ବାଦ୍ଧର୍କ୍ୟ ପାଇଁ ମୋ କୁଡ଼ିଆ ମୋର ସବୁଠାରୁ ବଡ଼ ସାମର୍ଥ୍ୟ’ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories