www.samajalive.in
Tuesday, December 9, 2025
17.1 C
Bhubaneswar

ବାହାରି ପାରିଲାନି ନିଷ୍କର୍ସ, ଆସନ୍ତା ୧୫ରେ ପୁଣି କୃଷକ-ସରକାର ଆଲୋଚନା

କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ହେବ। ଅଷ୍ଟମ ପର୍ଯ୍ୟାୟ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷି ଆଇନ୍‍ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସେ କହିଛନ୍ତି, କୃଷି ଆଇନ୍‍ଗୁଡ଼ିକର ଉଚ୍ଛେଦକୁ ଛାଡ଼ି କୃଷକନେତାମାନେ ଯଦି ଅନ୍ୟ କୌଣସି ମତାମତ ଦିଅନ୍ତି ତେବେ ଏହା ଉପରେ ବିଚାର କରାଯିବ। କିନ୍ତୁ କୃଷକ ନେତାମାନେ କୌଣସି ବିକଳ୍ପ ନ ଦେବାରୁ ବୈଠକ ଅମିମାଂଶିତ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ତୋମାର କହିଛନ୍ତି, ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ସେମାନେ କୃଷି ଆଇନ୍‍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରୁଛନ୍ତି। କିନ୍ତୁ ଏଭଳି ଅନେକ କୃଷକ ଅଛନ୍ତି ଯେଉଁମାନେ କୃଷି ଆଇନ୍‍ଗୁଡ଼ିକୁ ସମର୍ଥନ କରୁଛନ୍ତି। ଯେଉଁ କୃଷକ ସଂଘ ଗୁଡ଼ିକ କୃଷି ଆଇନ୍‍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରି ଆସୁଛନ୍ତି ସରକାର ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories