www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ବଚ୍ଛ ହେବ ବିନ୍ଦୁସାଗର ଜଳ

ଭୁବନେଶ୍ୱର: କାଚକେନ୍ଦୁ ଭଳି ନିର୍ମଳ ଦିଶିବ ବିନ୍ଦୁସାଗର ଜଳ। ତୀର୍ଥଜଳ ରୂପେ ପର୍ଯ୍ୟଟକ, ସେବାୟତ ଏବଂ ଶ୍ରଦ୍ଧାଳୁ ବ୍ୟବହାର କରିପାରିବେ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍‌ଆର ପାଣ୍ଠିରୁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦେଶକ ପ୍ରଫେସର ଭାସ୍କର ଏନ ଥୋରାଟ। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼(ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ।
ବିନ୍ଦୁସାଗର ଜଳକୁ ସ୍ବଚ୍ଛ ଏବଂ ନିର୍ମଳ ଲାଗି ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ। ତିନିବର୍ଷ ପାଇଁ ଭୁବନେଶ୍ୱର ଆଇସିଟି ଆଇଓସି ବିଶୋଧନ ଯନ୍ତ୍ରର ରକ୍ଷଣାବେକ୍ଷଣ ଦାୟିତ୍ବ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସେବା ଯୋଗାଇଦେବେ। ଏବେ ବିନ୍ଦୁସାଗର ଜଳ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି। ଗୁରୁବାର ସଂସ୍ଥା ପକ୍ଷରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ଜୁନମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼ (ଓବିସିସି) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ବଚ୍ଛତାକୁ ନେଇ ବୁଝାମଣା ହୋଇଥିଲା। ତିନିମାସ ଭିତରେ ବିନ୍ଦୁସାଗର ଜଳକୁ ସ୍ବଚ୍ଛ କରିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ତେ​‌​‌ବେ କୋଭିଡ-୧୯ ମହାମାରୀ ଯୋଗୁଁ କାର୍ଯ୍ୟରେ ବିଳମ୍ବ ଘଟିଥିଲା।

ରାଜ୍ୟ ସରକାରଙ୍କ ଫୋକସରେ ଏବେ ଏକାମ୍ର ବିକାଶ ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ବିକାଶ ସହ ବିନ୍ଦୁସାଗର ଜଳ ସ୍ବଚ୍ଛତା କରାଯିବା ନିହାତି ଜରୁରୀ। ଏଥିପାଇଁ ସରକାର ବିନ୍ଦୁସାଗର ପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଏକାମ୍ରକ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହିପରି ୨୦୨୦ ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପର ସମୀକ୍ଷା କରିବା ସହ ବିନ୍ଦୁସାଗର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଏବେ କିନ୍ତୁ ବିନ୍ଦୁସାଗର ଜଳକୁ ସ୍ବଚ୍ଛ ଲାଗି କାର୍ଯ୍ୟ ଆରମ୍ଭ ହୋଇସାରିଛି। ୨୧ ଏକର ପରିମିତ ବିନ୍ଦୁସାଗର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୪ଟି ଯନ୍ତ୍ରାଂଶ ଖଞ୍ଜା ହୋଇଯାଇଛି। ଏହି ପଦ୍ଧତିରେ ବିନ୍ଦୁସାଗର ପାଣି ସ୍ବଚ୍ଛ ହେଲେ ଏକାମ୍ରର ଆଉ ୪ଟି ତୀର୍ଥପୁଷ୍କରିଣୀ ଜଳକୁ ସ୍ବଚ୍ଛ ଓ ନିର୍ମଳ କରାଯିବ ବୋଲି ଓବିସିସିର ପରିଚାଳନା ନିର୍ଦେଶକ ଇଂ ଜୟକୃଷ୍ଣ ଦାସ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories