www.samajalive.in
Sunday, December 7, 2025
18.1 C
Bhubaneswar

ଆଜିଠୁ ଦଶମ ଓ ଦ୍ବାଦଶ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୯ ମାସ ପରେ ଆସନ୍ତାକାଲି (ଶୁକ୍ରବାର)ଠାରୁ ୮ ହଜାର ବିଦ୍ୟାଳୟ ଓ ୨ ହଜାର ୩୨ କନିଷ୍ଠ ମହାବିଦ୍ୟାଳୟ ଖୋଲିବ। ମାର୍ଚ୍ଚରୁ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପାଠପଢା ସ୍ବାଭାବିକ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତତ୍ପରତା ପ୍ରକାଶ କରିଛି। ୩୦ ଜିଲା ପାଇଁ ବିଭାଗର ନିଯୁକ୍ତ ବିଭିନ୍ନ ଅଧିକାରୀ ବୁଲି ରିପୋର୍ଟ ଦାଖଲ କରିଥିବାବେଳେ ଶୁକ୍ରବାର ସ୍ଥିତି ପରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ରାଜଧାନୀର ବିଭିନ୍ନ ବିଦ୍ୟାଳୟ ଯାଇ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଦୂରଦର୍ଶନରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସାରଣ ହେଉଥିବା ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମର ସମୟକୁ ବଦଳାଯାଇଛି। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଅବଗତ କରାଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଏନେଇ ଶୁକ୍ରବାର ଚିଠି ଲେଖିଛନ୍ତି।

ପୂର୍ବରୁ ବିଦ୍ୟାଳୟ ବନ୍ଦ ଥିବାରୁ ଦିନରେ ଦୂରଦର୍ଶନରେ ପାଠ୍ୟକ୍ରମ ସମ୍ବଳିତ ଭିଡିଓ ପ୍ରସାରଣ କରାଯାଉଥିଲା। ତେବେ ଆସନ୍ତାକାଲିଠାରୁ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଯିବେ। ସେଥିଯୋଗୁଁ ସମୟ ସାରଣୀକୁ ବଦଳାଇଛି। ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢା ସନ୍ଧ୍ୟା ୭ଟା୩୦ରୁ ୮ଟା୩୦ ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ଦ୍ବାଦଶ(ଯୁକ୍ତଦୁଇ ଦ୍ବିତୀୟ ବର୍ଷ) ଛାତ୍ରଛାତ୍ରୀଙ୍କର ପାଠପଢାର ପ୍ରସାରଣ ରାତି ୯ଟାରୁ ୧୦ ମଧ୍ୟରେ କରାଯିବ। ସେହିପରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢା ସମୟ ପରିବର୍ତ୍ତନ କରାଯାଇଛି। ନବମ ବିଦ୍ୟାର୍ଥୀଙ୍କର ପ୍ରସାରଣ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହେବ। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରିବାକୁ ବିଇଓ ଓ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି।

- Advertisement -

ଅନ୍ୟପକ୍ଷରେ ଶନିବାର ଓ ରବିବାର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପାଠ ପଢାଇବାକୁ ନିର୍ଦେଶ ଦିଆଯାଇଥିବାବେଳେ ବିଭାଗର ମଧ୍ୟ ସମସ୍ତ ଅଧିକାରୀ ଏହି ଦୁଇ ଦିବସରରେ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ୩୦ ଜିଲା ଦାୟିତ୍ବରେ ଥିବା ନୋଡାଲ ଅଫିସର, ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ମଧ୍ୟ ବିଭିନ୍ନ ଜିଲାକୁ ଯାଇ ବିଦ୍ୟାଳୟର ସ୍ଥିତି ପରଖିବେ। ସଠିକ୍‌ ଭାବେ ସରକାରଙ୍କ ମାର୍ଗଦର୍ଶିକା ପାଳନ କରାଯାଉଛି କି ନାହିଁ ତାକୁ ଯାଞ୍ଚ କରାଯିବ। ଏନେଇ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଡିଇଓ, ବିଇଓ, ଜିଲାପାଳ ମଧ୍ୟ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ସ୍ଥିତି ପରଖିବେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି। ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ସରକାରଙ୍କ ନିୟମକୁ ଅନୁପାଳନ କରିବା ସହ ସହଯୋଗ କରିବା ଆବଶ୍ୟକ। ହାତରେ କମ୍‌ ସମୟ ଥିବାରୁ କିଭଳି ଭାବେ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରାଯିବ ସେ ଦିଗରେ ବିଭାଗ ପ୍ରୟାସ କରୁଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories