www.samajalive.in
Tuesday, December 9, 2025
17.1 C
Bhubaneswar

ଶିକ୍ଷା ଅଧିକାର ଆଇନକୁ ସଂପୂର୍ଣ୍ଣ ଲାଗୁ କରିବାକୁ ଦାବି

କଂଟାବାଞ୍ଜି : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜେଇଇ ଏବଂ ନିଟ୍‌ରେ ଶତକଡ଼ା ୧୦ ଭାଗ ସଂରକ୍ଷଣ ଘୋଷଣା କରିଥିବା ସରକାରଙ୍କ ପଦକ୍ଷେପକୁ ରାଜ୍ୟ ଶିକ୍ଷା ସଂଘର୍ଷ ମହାସଂଘ ତରଫରୁ ସ୍ୱାଗତ କରିବା ସହ ଶିକ୍ଷା ଅଧିକାର ଆଇନକୁ ସଂପୂର୍ଣ୍ଣ ଲାଗୁ କରିବାକୁ ଦାବି କରାଯାଇଛି। ଏନେଇ ସ୍ଥାନୀୟ ଡାକବଂଗଲା ଠାରେ ସଂଗଠନର ରାଜ୍ୟ ସଂଯୋଜକ ସୁରଥ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ। ଉଲ୍ଲେଖନୀୟ ଯେ, ସରକାରୀ ବିଦ୍ୟାଳୟର ବ୍ୟବବସ୍ଥାକୁ ସୁଧାରିବା ପାଇଁ ସଂଗଠନ ଦ୍ୱାରା ୨୦୧୨ ମସିହାରୁ ସରକାରୀ କର୍ମଚାରୀ ଓ ନେତାଅଧିକାରୀଙ୍କୁ ଶିଶୁଙ୍କୁ ସରକାରୀ ବିଦ୍ୟାଳୟରେ ବାଧ୍ୟତାମୂଳକ ପଢ଼ିବା ଏବଂ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରତ ସ୍ଥାନରେ ସରକାରୀ ବାସଗୃହ ଦାବି ନେଇ ନିୟମିତ ଆନ୍ଦୋଳନ କରାଯାଉଛି। ଅନେକ ଥର ବିଧାନ ସଭା ଘେରାଉ କରିବା ସହ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଗତ ୨ ଅକ୍ଟୋବର ୨୦୧୮ରେ ରାଜ୍ୟର ଶେଷ ସୀମା ସିନାପାଲି ବ୍ଲକ ଠାରୁ ଭୁବନେଶ୍ୱର ପଦଯାତ୍ରା କରି ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦିଆଯାଇଥିଲା। ରାଜ୍ୟ ସରକାର ମଧ୍ୟ ଏହାକୁ ଲାଗୁ କରିବା ପାଇଁ ଅନେକ ଥର ପ୍ରତିଶ୍ରୁତି ଦେଇ ଆସୁଥିଲେ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ। ସଂପ୍ରତି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କେବଳ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ଦେଲେ ଚଳିବ ନାହିଁ ବରଂ ସଂପୂର୍ଣ୍ଣ ଶିକ୍ଷା ଅଧିକାର ଆଇନକୁ ଲାଗୁ କରି ୬ରୁ ୧୪ ବର୍ଷର ସମସ୍ତ ଘରୋଇ ଏବଂ ସରକାରୀ ବିବ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦିଆଯାଉ ଏବଂ କିଛି ନ ହେଲେ ସରକାରୀ ଦରମା ପାଉଥିବା ସମସ୍ତ କର୍ମଚାରୀ ଏବଂ ରାଜନେତାମାନେ ତାଙ୍କର ଶିଶୁମାନଙ୍କୁ ସରକାରୀ ବିଦ୍ୟାଳୟରେ ବାଧ୍ୟତାମୂଳକ ପଢ଼ାଇଲେ ଯାଇ ସରକାରୀ ବିଦ୍ୟାଳୟର ସମସ୍ୟା ଦୂର ହୋଇ ପାରିବ ବୋଲି ମତପ୍ରକାଶ ପାଇଥିଲା। ଯଦି ସରକାର ଏଦିଗରେ କାର୍ଯ୍ୟ ନକରନ୍ତି ଆନ୍ଦୋଳନକୁ ଆହୁରି ତୀବ୍ରତର କରଯିବା ବୋଲି ସେମାନେ କହିଥିଲେ। ଆଲୋଚନ ଚକ୍ରରେ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଗୁଣନିଧି ରାଉତରାୟ, ସଂପାଦକ ରସିଆନନ୍ଦ ରାୟ, କୋଷାଧ୍ୟକ୍ଷ କୁଂଜ ବିହାରି ବେହେରା, ସଭ୍ୟ ରାମଚଂଦ୍ର ସାହୁ, ସିଡର ସଭାପତି ପିତାମ୍ବର ବାଗ, ସଭ୍ୟ ରତିନ୍ଦ୍ର ରାୟ, ମୁରିବାହାଲ ପଂଚାୟତ ସମିତି କଲେଜର ଅଧ୍ୟକ୍ଷ ରମେଶ ମହାନନ୍ଦ, ବରିଷ୍ଠ ଆଇନଜିବୀ ବିଷ୍ଣୁ ପ୍ରସାଦ ଶର୍ମା, ଅଧ୍ୟାପକ ଡକ୍ଟର ସଂଜୟ କୁମାର ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଆବାହକ ଶ୍ରୀ ବେହେରା ଧନ୍ୟବାଦ ଦେଇ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories