www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱଚ୍ଛତା ମନ୍ତ୍ର କେବଳ କଥାରେ, ଜାତୀୟ ରାଜପଥ କଡ ପାଲଟିଛି ଡମ୍ପିଂୟାର୍ଡ

ଗୋପାଳପୁର: ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା,କନିଷି ପଞ୍ଚାୟତ ଅଧିନସ୍ଥ ରଣ୍ଢା ଓ କନିଷି ହାଟ ଛକ ଜାତୀୟ ରାଜପଥ କଡ ଅଞ୍ଚଳ ଡମ୍ପିଂୟାର୍ଡ ରେ ପରିଣତ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଦୁଇ ସ୍ଥାନରେ ବ୍ୟବସାୟୀମାନେ ନିଜର ବ୍ୟବସାୟ କରିଆସୁଥିବା ବେଳେ ଦୋକାନ ତଥା ମଣ୍ଡିରୁ ବାହାରୁଥିବା ଅଳିଆ ଆବର୍ଜ୍ଜନାକୁ ରାସ୍ତା କଡ଼ରେ ପକାଇ ଦେଇଥାନ୍ତି। ଯଦ୍ୱାରା ଉକ୍ତ ଅଞ୍ଚଳ ପୁତିଗନ୍ଧମୟ ପରିବେଶରେ ପରିଣତ ହୋଇଛି। ଅଳିଆ ଆବର୍ଜ୍ଜନା ଦୀର୍ଘ ଦିନ ଧରି ପଡ଼ିରହିବା ଯୋଗୁଁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶାମାଛିଙ୍କ ପାଦୃଭାବ ବୃଦ୍ଧି ପାଇବାରେ ଲାଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ୟବସାୟୀ ସମେତ ପଞ୍ଚାୟତରେ ଅଭିଯୋଗ କରାଗଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଜଣାପଡିଛି।

ଏହା ନେଇ ରଣ୍ଢା ସରପଞ୍ଚ ପ୍ରଦୀପ ସାହୁଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ରଣ୍ଢା ଛକରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ସେମାନଙ୍କ ଅଞ୍ଚଳ ସଫା ରଖିବାକୁ ତାଗିଦ୍ କରାଯାଉଥିଲେ ମଧ୍ୟ ବ୍ୟବସାୟୀମାନେ ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏଣୁ ସେ ଏହା ନେଇ ବ୍ଲକ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଚାୟତ ସ୍ତରରେ ଗାଁ କଲ୍ୟାଣ ସମିତି ଗଠନ ହୋଇଥିବା ସହ ଗାଁ ପରିବେଶ ସଫାସୁତୁରା ରଖିବା ସହ ଗ୍ରାମମାନଙ୍କରେ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ଆୟୋଜନ ନିମନ୍ତେ ବାର୍ଷିକ ୧୦ ହଜାର ଟଙ୍କା ସମିତିକୁ ପ୍ରଦାନ କରାଯାଉଥିଲେ ମଧ୍ୟ ଏହି ପଞ୍ଚାୟତରେ ଏହାର‌ ବ୍ୟତିକ୍ରମ ଦେଖିବାକୁ ମିଳିବା ସହ ଗାଁ କଲ୍ୟାଣ ସମିତି ଏକ ପ୍ରକାର ଠପ୍ ହୋଇଯାଇଥିବା ସହ ଆସୁଥିବା ପାଣ୍ଠି କେଉଁ ଭାବରେ ଖର୍ଚ୍ଚ କରାଯାଉଛି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories