www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟୁଆଣି ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ବୌଦ୍ଧ : ବୌଦ୍ଧ ବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଟୁଆଣି ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଆରସିସି ଅନାଦୀ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ତେଲିବନ୍ଧ ସିଆରସିସି ରାଜକୁମାର ପ୍ରଧାନ ଯୋଗଦେଇ ମୋ ସ୍କୁଲ ଅଭିଯାନ ଯୋଜନା ଜରିଆରେ ବିଦ୍ୟାଳୟ ବିକାଶ କିପରି କରାଯାଇପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ପ୍ରଧାନଶିକ୍ଷକ ଜଗଦୀଶ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ଖଡିରତ୍ନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ୧୯୫୮ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ବିକାଶ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ପୂରାତନ ଛାତ୍ରଛାତ୍ରୀ ଗୋପୀ ମହାକୁଳ, ରବିତା ମହାକୁଳ, ବିବେକା ମହାକୁଳ ପ୍ରମୁଖ ବକ୍ତବ୍ୟ ରଖି ସରକାରଙ୍କ ମୋସ୍କୁଲ ଯୋଜନାର ପ୍ରଶଂସା କରିବା ସହିତ ନିଜର ଶକ୍ତି ଅନୁଯାୟୀ ବିଦ୍ୟାଳୟର ଉନ୍ନତି ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ନରସିଂହ ସାହୁଙ୍କ ପ୍ରସ୍ତାବ ଓ ପ୍ରେମାନନ୍ଦ ଯୋଶିରାଙ୍କ ସମର୍ଥନକ୍ରମେ ଆଲୁମିନି ସଭାପତି ଭାବରେ ବିବେକା ମହାକୁଳଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଶିକ୍ଷୟିତ୍ରୀ ସୁଜାତା ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories