www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ସଂଗ୍ରହ ହେଲାଣି ୨୬.୪୮ ଲକ୍ଷ ଟନ୍ ଧାନ; ଗତବର୍ଷଠାରୁ ୨୪% ଅଧିକ

ଭୁବନେଶ୍ୱର :  ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ‌ ଟନ୍‌ ଧାନସଂଗ୍ରହ କରାଯାଇଛି । ଏହା ଗତବର୍ଷ ଏହି ସମୟରେ ସଂଗୃହୀତ ଧାନଠାରୁ ଚଳିତ ବର୍ଷ ୨୪% ଅଧିକ ଧାନ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୬ ତାରିଖ ସୁଦ୍ଧା  ସୁଦ୍ଧା ମୋଟ ୨୧ ଲକ୍ଷ ୩୦ ହଜାର ୧୯୯ ମେଟି୍ରକ୍‌ ଟନ ଧାନସଂଗ୍ରହ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ଧାନସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବେ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀମାନେ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି ଧାନସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ବିଭାଗ ଦ୍ୱାରା ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କଠାରୁ ପି-ପାସ୍‌ ଜରିଆରେ ଏବଂ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଖରିଫ୍‌ ଧାନସଂଗ୍ରହ କରାଯାଉଛି । ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀମାନଙ୍କଠାରୁ ଧାନସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

- Advertisement -

ବରଗଡ଼ରେ ସର୍ବାଧିକ ୬୩୧୧୧୯  ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ , କଳାହାଣ୍ଡିରେ ୩୨୪୧୧୯ ଟନ, କୋରାପୁଟରେ ୧୯୧୦୩୦ ମେଟି୍ରକ ଟନ, ନୂଆପଡ଼ାରେ ୧୦୪୪୬୫  ଟନ, ସୁବର୍ଣ୍ଣପୁର ୨୨୩୬୧୫ ଟନ ଓ ନବରଙ୍ଗପୁର ଜିଲ୍ଲାରେ ୯୭୩୩୧  ଟନ ଧାନସଂଗ୍ରହ ହୋଇଛି । ସେହିପରି ବଲାଙ୍ଗୀର ଜିଲାରେ ୨୧୪୩୪୦ , ସମ୍ବଲପୁରରେ ୩୨୨୭୨୪ ଟନ୍ ଧାନ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ   ମୋଟ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିବାବେଳେ ଅଦ୍ୟାବଧି ୧୪ ଲକ୍ଷ ୩୯ ହଜାର ୭୬୬ ଜଣଙ୍କ ନାମ ଯାଞ୍ଚ କରାଯାଇଛି । ଆଜି ସୁଦ୍ଧା ୪ ଲକ୍ଷ ୨୩ ହଜାର ୬୫୮ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories