www.samajalive.in
Tuesday, December 9, 2025
15.1 C
Bhubaneswar

ସାହିତ୍ୟିକ ହରିହର ମହାପାତ୍ରଙ୍କୁ ନେତାଜୀ ସାମ୍ବାଦିକ ସଙ୍ଘର ବିନମ୍ର ଶ୍ରଦ୍ଧାଞ୍ଜଳି

ଗଡ଼ମଧୁପୁର: ବିଶିଷ୍ଟ ଗାଳ୍ପିକ, ସାହିତ୍ୟିକ, ପ୍ରାଧ୍ୟାପକ ହରିହର ମହାପାତ୍ରଙ୍କ ବିୟୋଗରେ ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାଜପୁର ଜିଲା ଚଢେଇଧରାସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଅୟୋଜିତ ସଭାରେ ସଙ୍ଘର ସଭାପତି ସୌମ୍ୟ ରଂଜନ ପଣ୍ଡା ସଭାପତିତ୍ୱ କରିଥିଲେ। ପ୍ରଥମେ ହରିହରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା। ପରେ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ହରିହରଙ୍କ ସ୍ମୃତି ଚାରଣ କରି କହିଥିଲେ, ହରିସାର ଜଣେ ଶିକ୍ଷକ ନଥିଲେ ସେ ଥିଲେ ଏ ଅଂଚଳ ପାଇଁ ଆଲୋକ ବର୍ତ୍ତୀକା।

ବରିଷ୍ଟ ସାମ୍ବାଦିକ ବିଶ୍ୱାନାଥ ସାମଲ ହରିସାରଙ୍କ ପାଣ୍ଡିତ୍ୱ ଉପରେ କହିବାକୁ ଯାଇ ତାଙ୍କ ଦ୍ୱାରା ରଚିତ ଅନେକ ପୁସ୍ତକର ଅବତାରଣା କରିବା ସହିତ ଅବସର ପରେ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ମହାଭାରତ’ ସବୁଠାରୁ ତାଙ୍କର ଭଲ କୃତି ବୋଲି କହିଥିଲେ। ସେହିପରି ତାଙ୍କ ଦ୍ୱାରା ଆଉ ଏକ ଉପନ୍ୟାସ ରଚନା ଚାଲିଥିବା ସମୟରେ ତାଙ୍କର ଅକସ୍ମାତ ବିୟୋଗ ଉପନ୍ୟାସ ରଚନାର ଶେଷ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ସମ୍ମାନିତ ଅତିଥି ଭାବରେ କେନ୍ଦ୍ରାପଡା ସାହାସପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସନ୍ତୋଷ କୁମାର ବେହେରା ଯୋଗଦେଇ ହରିହର ମହାପାତ୍ର ଜଣେ ସ୍ରଷ୍ଠା ସେ ଅନେକ ସାହିତ୍ୟ ସୃଷ୍ଟି କରିଥିବା କହିଛନ୍ତି। କେବଳ ସେ ସାହିତ୍ୟ ସୃଷ୍ଟି କରି ନାହାନ୍ତି ଅନେକ ଶିକ୍ଷାବିତ ତିଆରି କରିଥିବା ମଣିସଟିଏ ସେ। ଅନ୍ୟତମ ଅତିଥି ଅବସରପ୍ରାପ୍ତ ଏବିଓ ଅଲେଖ ଚନ୍ଦ୍ର ସାହୁ, ସାମ୍ବାଦିକ ମାନସ ରଂଜନ ବିଶ୍ୱାଳ, ସଙ୍ଘ ସମ୍ପାଦକ ବସନ୍ତ କୁମାର ନାୟକ ତାଙ୍କର ଜୀବନୀ ଉପରେ ଅଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ କୋଷାଧ୍ୟକ୍ଷ ପ୍ରଭାତକୁମାର ସାହୁ, ବିନୋଦ ବିହାରି ପରିଡା, ଶୁସାନ୍ତ କୁମାର ଗୋତ୍ସାୟତ ଓ ଅନ୍ୟ କାର୍ଯ୍ୟକର୍ତ୍ତା ତଥା ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ଉପସ୍ଥିତ ଥିଲେ। ସୁନିଲ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories