www.samajalive.in
Tuesday, December 9, 2025
23.1 C
Bhubaneswar

ଦଶମ ପାସ ପିଲାଙ୍କ ପାଇଁ ବାହାରିଲା ରେଳବାଇ ପଦ: ହେବ ନାହିଁ ପରୀକ୍ଷା, କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି

ଦକ୍ଷିଣ ପଶ୍ଚିମ ରେଳବାଇ ନିଯୁକ୍ତି ଦେବ ୧୦୦୪ ଆପ୍ରେଣ୍ଟିସ ପଦ । ଏଥିପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଆସନ୍ତା ଜାନୁଆରୀ ୯ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଦକ୍ଷିଣ ପଶ୍ଚିମ ରେଳବାଇର ୱେବସାଇଟ୍ rrchubli.in କୁ ଯାଇ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ।

ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ୧୦ମ ପାସ । କୌଣସି ସ୍ବୀକୃତିପ୍ରାପ୍ତ ବୋର୍ଡ଼ରୁ ଅନ୍ୟୂନ ୫୦% ନମ୍ବର ରଖି ପାସ୍ କରିଥିବା ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ । ଆଇଟିଆଇ ଡ଼ିପ୍ଲୋମା କରିଥିବା ଛାତ୍ର/ଛାତ୍ରୀମାନେ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ।

- Advertisement -

ଦକ୍ଷିଣ ପଶ୍ଚିମ ରେଳବାଇ ୧୦୦୪ଟି ପଦରେ ନିଯୁକ୍ତି ଦେବ । ହୁବଲିରେ ୨୮୭ ପଦ ପାଇଁ ପ୍ରାର୍ଥୀମାନଙ୍କୁ ବଛାଯିବ । ସେହିପରି ମରାମତି ୱାର୍କସପ ନିମନ୍ତେ ୨୧୭, ବାଙ୍ଗାଲୋର ଡ଼ିଭିଜନ ପାଇଁ ୨୮୦, ମହୀଶୂର ଡ଼ିଭିଜନରେ ୧୭୭, କେନ୍ଦ୍ରୀୟ ୱାର୍କସପ ମହୀଶୂରରେ ୪୩ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ସର୍ବାଧିକ ବୟସ ସୀମା ୨୪ ବର୍ଷ ସ୍ଥିର କରାଯାଇଛି ।

ସାଧାରଣ ବର୍ଗ ଓ ଓବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଦେୟ ୧୦୦ ଟଙ୍କା ରଖାଯାଇଛି ଏବଂ ସଂରକ୍ଷିତ ବର୍ଗ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ନିମନ୍ତେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ଏହି ପଦବୀ ନିମନ୍ତେ କୌଣସି ପରୀକ୍ଷା କରାଯିବ ନାହିଁ । ଶିକ୍ଷାଗତ ଯୋଗ୍ୟତା ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories