www.samajalive.in
Monday, December 8, 2025
17.1 C
Bhubaneswar

ବସ୍ତି ଉପରେ ପୁଲିସର ନଜର

ଭୁବନେଶ୍ବର : ରାଜଧାନୀର ଅପରାଧ ନିୟନ୍ତ୍ରଣ ଲାଗି କମିସନରେଟ ପୁଲିସ ସବୁ ବେଳେ ନୂତନ କୌଶଳ ଆପଣାଇବାରେ ଲାଗିଛି। ରାଜଧାନୀରେ ପ୍ରାୟ ଛୋଟ ବଡ଼ ହୋଇ ରହିଛି ୫୦୦ରୁ ଅଧିକ ବସ୍ତି। କିଛି ବସ୍ତିରୁ ଅପରାଧର ଚେର ଲମ୍ବିଛି। ତେଣୁ ଏଭଳି ସମ୍ବେଦନଶୀଳ ଓ ଅପରାଧପ୍ରବଣ ବସ୍ତିଗୁଡ଼ିକ ଉପରେ ଏବେ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଡ. ଉମାଶଙ୍କର ଦାସ। ପ୍ରତ୍ୟେକ ଥାନା ଅଞ୍ଚଳରେ ରହିଛି ଏଭଳି ସମ୍ବେଦନଶୀଳ ଓ ଅପରାଧପ୍ରବଣ ବସ୍ତି। ଏସବୁ ବସ୍ତିଗୁଡ଼ିକୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ବସ୍ତିର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ପୂର୍ବରୁ ଥାନାରେ ବସ୍ତିଗୁଡ଼ିକର ସମସ୍ତ ତଥ୍ୟ ପୁଲିସ ପାଖରେ ଥିଲା। ତଥାପି କମିସନରେଟ ପୁଲିସ ବସ୍ତି ସହିତ ଜନସମ୍ପର୍କ ବୃଦ୍ଧି ଏବଂ ଗୁଇନ୍ଦାଭିତ୍ତିକ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ବ ଦେଉଥିବା କହିଛନ୍ତି ଡିସିପି।
କରୋନା ପାଇଁ ବସ୍ତିବାସିନ୍ଦାଙ୍କ ସହ ପୁଲିସର ସମ୍ପର୍କ ହ୍ରାସ ପାଇଛି। ଏହା ମଧ୍ୟରେ କମିସନରେଟ ପୁଲିସ ଥାନା ଅଧିକାରୀଙ୍କସ୍ତରରେ ଅଦଳବଦଳ ବି ହୋଇଛି। ତେଣୁ ବସ୍ତିବାସିନ୍ଦାଙ୍କ ସହିତ ସମ୍ପର୍କ ବୃଦ୍ଧି ଲାଗି ଥାନାର କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀ ନିୟମିତ ଚିହ୍ନଟ ବସ୍ତିକୁ ଯିବେ। ସେଠାରୁ ବାସିନ୍ଦାଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ମୋବାଇଲ ଫୋନ୍‌ ନମ୍ବର ସଂଗ୍ରହ କରିବେ। ସେମାନଙ୍କୁ ଥାନାକୁ ଡକାଇ ଆତିଥେୟତା ଦେବା ସହିତ ବିଭିନ୍ନ ସମସ୍ୟା ନେଇ ପୁଲିସ ଆଲୋଚନା କରିବ। ବସ୍ତିରେ ବେଆଇନ କାରବାର ଚାଲୁଥିଲେ ସେନେଇ ତଥ୍ୟ ସଂଗ୍ରହ କରିବେ। ବସ୍ତିରେ ଅଧିକାଂଶ ସମୟରେ ଅପରାଧୀ ଆତ୍ମଗୋପନ କରିଥାନ୍ତି। ତେଣୁ କେଉଁମାନେ ବସ୍ତିକୁ ଆସୁଛନ୍ତି ତା’ର ଯେପରି ସୂଚନା ମିଳିପାରିବ ସେଥିପାଇଁ ବସ୍ତିରେ ଜନସମ୍ପର୍କ ବୃଦ୍ଧି ଜରୁରୀ ହୋଇପଡ଼ିଛି।
ଚଳିତବର୍ଷ ମାସକ ମଧ୍ୟରେ ୨ରୁ ୩ଟି ବସ୍ତିରେ ଏଭଳି ପଦକ୍ଷେପ ନେବାକୁ ପ୍ରତି ଥାନାକୁ କୁହାଯାଇଛି। ଏହାକୁ ପ୍ରାଥମିକତା ଦେବାକୁ ଡିସିପି କହିଛନ୍ତି। ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ସହିତ ଘରମାଲିକ କାହାକୁ ଭଡ଼ା ଦେଇଛନ୍ତି ତା’ର ସବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories