www.samajalive.in
Sunday, December 7, 2025
15.1 C
Bhubaneswar

ଗୋସେବାରେ ଏମ୍‌ଟେକ୍ ଛାତ୍ର

ମାଲକାନଗିରି : ଉଚ୍ଚଶିକ୍ଷା ଲାଭ କରି ଚାକିରି ନିଶା ଛାଡ଼ି ଗୋ ମାତାଙ୍କ ସେବାରେ ବ୍ରତୀ ଏମ୍‌ଟେକ୍‌ ଛାତ୍ର। ଡାଏରୀ ଫାର୍ମ କରି ଅନ୍ୟଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଦୁଇ ଉଚ୍ଚଶିକ୍ଷିତ ଭାଇ। ଚାଷ ତ ଅନେକ କରନ୍ତି, ତେବେ ମାଲକାନଗିରି ଜିଲାର ଏହି ଦୁଇ ଏମ୍‌ଟେକ୍‌ ଇଞ୍ଜିନିୟର ଭାଇ ବଡ଼ବାବୁ, ବଡ଼ ଚାକିରି ନିଶା ଛାଡ଼ି କିଛି ଟଙ୍କା ଆୟ କରି ଅନ୍ୟଙ୍କୁ ରୋଜଗାରକ୍ଷମ କରାଇବା ନିଶାରେ ଆଗକୁ ବଢ଼ୁଛନ୍ତି। ଜଣେ ଗାଈକୁ ଚାରା ଦେଉଛନ୍ତି, ଅନ୍ୟ ଜଣେ ମେସିନ ସହାୟତାରେ ଗାଈ କ୍ଷୀର ସଂଗ୍ରହ କରୁଛନ୍ତି। ହାତରେ କୋଡି ଧରି ଗୋବର ସଫା କରୁଛନ୍ତି ଦୁଇ ଭାଇ। ଏମାନେ ସାମାନ୍ୟ ଦୁଗ୍ଧ ଚାଷୀ ନୁହନ୍ତି। ଜଣେ ରାଉରକେଲା ଏନଆଇଟି ପରି ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିବାବେଳେ ଜଣେ ଗୀତମ ଭଳି ଶିକ୍ଷାନୁଷ୍ଠାନରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଛନ୍ତି। ସେମାନେ ହେଲେ ସଚିନ ସାହୁ ଓ ରବିନ ସାହୁ। ସଚିନ ଗୀତମ ବିଶ୍ୱବିଦ୍ୟାଳୟରେ ଆଇଟି କ୍ଷେତ୍ରରେ ଏମ୍‌ଟେକ୍‍ ଡିଗ୍ରୀ ହାସଲ କରି ଟାଟା କନ୍‌ସଲଟାନ୍ସି ପରି ବଡ କମ୍ପାନୀରେ ମୋଟା ଦରମାରେ ଚାକିରି କରୁଥିଲେ। ଚାଷ ପ୍ରତି ତାଙ୍କର ଏତେ ଦୁର୍ବଳତା ଥିଲା ଯେ ଚାକିରି ଛାଡି ପ୍ରଥମେ ଗୋପାଳନ ପ୍ରତି ମନ ବଢ଼ାଇଥିଲେ ସଚିନ। ଆଉ ପ୍ରଥମ ପର୍ଯ୍ୟାୟରେ ହରିଆଣାରୁ ୨୦ ଗାଈ ଯଥା ୯ଟି ହଲେଷ୍ଟିଏନ, ୬ଟି ଜର୍ସି, ୪ଟି ସାହିଓାଲ ଓ ଗୋଟିଏ ଗିର୍‍ ପ୍ରଜାତିର ଗାଈ ଆଣି ଦୁଗ୍ଧ ଚାଷ ଆରମ୍ଭ କରିଥିଲେ ସଚିନ। ମାଲକାନଗିରି ଜିଲାରେ କ୍ଷୁଦ୍ର ଦୁଗ୍ଧଚାଷୀଙ୍କ ଲାଗି ଉଚିତ ବଜାର ନ ଥିବା ଯୋଗୁଁ ଦୁଗ୍ଧ ଚାଷ ପ୍ରତି ମନ ବଢାଇଥିବା କୁହନ୍ତି ସଚିନ। ସେପଟେ ରାଉରକେଲା ଏନଆଇଟିରେ ସିଭିଲ ଇଞ୍ଜିନିୟରିଂରେ ଏମ୍‌ଟେକ୍‌ ସାରିବା ପରେ ଗୁଡଗାଓଁରେ ଏକ ଆନ୍ତର୍ଜାତୀୟ କମ୍ପାନୀରେ ଚାକିରି କରନ୍ତି ସାନଭାଇ ରବିନ ସାହୁ। ଲକ୍‌ଡାଉନ୍‌ ଯୋଗୁଁ ରବିନ ଏବେ ୱାର୍କଫ୍ରମ ହୋମ ଜାରି ରଖିବା ସହ ଅଧିକାଂଶ ସମୟ ଦୁଗ୍ଧଚାଷରେ ନିଜକୁ ନିୟୋଜିତ କରିଛନ୍ତି। ଏବେ ମିଲ୍କ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରି ଉତ୍ପାଦନଠାରୁ ଆରମ୍ଭ କରି ବଜାରରେ କ୍ଷୀର ପହଞ୍ଚାଇବା ଯାଏ ଭାଇଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା କରୁଛନ୍ତି ରବିନ।

- Advertisement -

ଏସଆର ଡାଏରି ନାମରେ ଚାଲିଥିବା ଏହି ଡାଏରି ଫାର୍ମରେ ପ୍ରତିଦିନ ୩୦୦ ଲିଟର କ୍ଷୀର ଦିଅନ୍ତି ୨୦ଟି ଗାଈ। ଆଉ ଏଥିରୁ ପ୍ରତିଦିନ ୫୦୦ରୁ ୬୦୦ ପ୍ୟାକେଟ ଅଧା ଲିଟର ବାଲା କ୍ଷୀର ପ୍ୟାକେଟ ସହ ଆବଶ୍ୟକତା ମୁତାବକ ଦହି ଓ ପନିର ମଧ୍ୟ ଉତ୍ପାଦନ କରନ୍ତି ଦୁଇ ଭାଇ। ବଜାରରେ ଏହି ଲହୁଣୀଯୁକ୍ତ ଫ୍ରେସ ଫାର୍ମ ମିଲ୍କର ଅଧା ଲିଟର ପ୍ୟାକେଟ ୨୪ଟଙ୍କାରେ ବିକ୍ରି ହେଉଥିବାବେଳେ ୨୦୦ଗ୍ରାମ ଦହି ପ୍ୟାକେଟ ୨୦ଟଙ୍କା ଓ ପନିର କିଲୋ ପିଛା ୨୮୦ଟଙ୍କାରେ ବିକ୍ରି କରନ୍ତି ଏମାନେ। ଏଥିରୁ ଦୈନିକ ୧୨ରୁ ୧୫ ହଜାର ଆୟ ହେଉଥିବାବେଳେ ମାସିକ ୩ରୁ ୪ ଲକ୍ଷ ଟଙ୍କା ଆମଦାନୀ କରି ମାସକରେ ୬୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି ଏହି ଦୁଇ ଏମ୍‌ଟେକ୍‌ ଇଞ୍ଜିନିୟର। ଆଗକୁ ସୋସାଇଟି ଗଠନ କରି ଆଖପାଖ କ୍ଷୁଦ୍ରଚାଷୀଙ୍କ ଦୁଗ୍ଧକ୍ରୟ ଓ ପ୍ରୋସେସିଂ କରିବା ସହ ବର୍ତ୍ତମାନ ତୁଳନାରେ ଅଧିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ସଚିନ ଓ ରବିନ। ଏବେ କେବଳ ମାଲକାନଗିରି ସଦର ମହକୁମା ଯାଏଁ ଏସଆର ଡାଏରିର ମାର୍କେଟିଂକୁ ସୀମିତ ରଖାଯାଇଥିବା ବେଳେ ଆଗକୁ ଏହାର କାର୍ଯ୍ୟକ୍ଷମତା ବଢ଼ାଯାଇ ପଡୋଶୀ ଜିଲା ଓ ରାଜ୍ୟ ଯାଏ ଏସଆର ଡାଏରିର ପ୍ରଚାର ପ୍ରସାର ଲାଗି ଲକ୍ଷ୍ୟ ରଖିଛନ୍ତି ଦୁଇ ଭାଇ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories