www.samajalive.in
Sunday, December 7, 2025
16.1 C
Bhubaneswar

ଅଳ୍ପ ଦିନରେ ନଷ୍ଟ ହୋଇଗଲାଣି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା – ନିମ୍ନମାନର କାର୍ଯ୍ୟ ଅଭିଯୋଗ

ନବରଙ୍ଗପୁର : କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର କେତେକ ସ୍ଥାନରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ପାଣିରେ ପଡୁଛି। ନିମ୍ନ ମାନର କାମ ଯୋଗୁଁ ରାସ୍ତାରୁ ପିଚୁ ଉଠିଲାଣି। ଏଭଳି ଅଭିଯୋଗ ଆଣି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିମ୍ନ ମାନର କାମ ଯୋଗୁଁ କିଛି ମାସ ମଧ୍ୟରେ ନଷ୍ଟ ହେବାକୁ ବସିଲାଣି ପ୍ରଧାନମନ୍ତ୍ରୀ ସଡ଼କ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା-ଜବାଗୁଡ଼ା ରାସ୍ତାରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଅଳ୍ପ ସମୟରେ ରାସ୍ତାଟି ନଷ୍ଟ ହୋଇଯିବା ଫଳରେ ଦେଖା ଦେଇଛି ଜନ ଅସନ୍ତୋଷ। ରାସ୍ତାର ପିଚୁ, ମେଟାଲ ଓ ବଜୁରି ଉଠି ଯାତାୟାତରେ ଅସୁବିଧା ଦେଖା ଦେଉଛି। ଏହି ରାସ୍ତା ଉପରେ ପ୍ରାୟ ୫ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରି ଗମନାଗମନରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ନୀତିଦିନ ଏହି ରାସ୍ତାରେ ଗଡ଼େ ଶହଶହ ଗାଡ଼ି । ଏହି ରାସ୍ତା ଏବେ ନଷ୍ଟ ହୋଇ ମରଣଜନ୍ତା ପାଲଟିଛି। ଏହି ରାସ୍ତା କାର୍ଯ୍ୟରେ ଲାଗିଥିବା ଫଳକ ଅନୁଯାଇ ୨୦୧୯ ରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ମୋଟ ୨ କିଲୋମିଟର ୧୮୦ ମିଟରର ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା ଆଉ ଗ୍ରାମ୍ୟ ନିର୍ମାଣ ବିଭାଜନ, ନବରଙ୍ଗପୁର ପକ୍ଷରୁ ଖର୍ଚ୍ଚ କରାଯାଇଥିଲା ୬୪ ଲକ୍ଷ ୪୨ ହଜାର ୯୯୫ ଟଙ୍କା । ନିର୍ମାଣ ସମୟରେ ମଧ୍ୟ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ନଦେଇ ଠିକାଦାରଙ୍କ ପ୍ରୀତିରେ ପଡ଼ି କାମ ଶେଷ କରି ଦେଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା ମୋହନ ସିଂ, ତୁଲାରାମ ପୂଜାରୀ ରୂପଧର ଗୌଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି।

- Advertisement -

ଏନେଇ ବିଭାଗୀୟ ଯନ୍ତ୍ରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରୁ ସେ କହିଥିଲେ ଯେ, ରାସ୍ତା କାମ ସରିବା ପ୍ରାୟ ଏକ ବର୍ଷ ହୋଇଛି। କେତେଟା ସ୍ଥାନାରେ ପିଚୁ ଉଠିଯାଇଛି ସେଗୁଡାକୁ ଶୀଘ୍ର ମରାମତି କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଥିଲେ। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାସ୍ତାକାର୍ଯ୍ୟକୁ ଅତି ନିମ୍ନମାନର କରାଯାଇଥିବା ଯୋଗୁଁ ବର୍ଷେ ନ ପୂରୁଣୁ ରାସ୍ତା ତମାମ ପିଚୁ ଉଠିଯାଇ ଖାଲ ଖମାମ ହୋଇଗଲା । ବିଭାଗୀୟ ଅଧିକାରୀଙ୍କୁ ଦାୟି କରି ପୁଣିଥରେ ଭଲଭାବେ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories