www.samajalive.in
Sunday, December 7, 2025
13.1 C
Bhubaneswar

ବିଜେପି ନେତା କୁଳମଣିଙ୍କ ହତ୍ୟା ପଛରେ ରାଜନୈତିକ ଶତ୍ରୁତା; ପଶ୍ଚିମବଙ୍ଗ ଢ଼ାଞ୍ଚାରେ ବିଜେଡ଼ି ଚଳାଇଛି ରାଜନୈତିକ ହିଂସା: ବିଜେପି

ଭୁବନେଶ୍ୱର: ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍‍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ଶନିବାର ରାତିରେ ବିଜେପିର ବରିଷ୍ଠ ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ରାଜନୈତିକ ଶତ୍ରୁତା ରଖି ବିଭତ୍ସ ଭାବେ ହତ୍ୟା କରିବା ଏହାର ଜ୍ୱଳନ୍ତ ଉଦାହରଣ। ଏଭଳି ହତ୍ୟାକାଣ୍ଡ ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି। ଏଭଳି ଅମାନୁଷିକ ହତ୍ୟାକାଣ୍ଡକୁ ବିଜେପି ଘୋର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଦାବି କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃତଙ୍ଗ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଥିଲା। ଏହା ବିରୁଦ୍ଧରେ ବିଜେପି ନେତା କୁଳମଣି ବରାଳ ସ୍ୱର ଉଠାଇଥିଲେ। ଗରିବ ଲୋକଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିଥିବାବେଳେ ରାଜ୍ୟରେ ବିଜେଡି ସରକାର ଦଳୀୟ ଆଧାରରେ ଧନୀକ ଶ୍ରେଣୀର ବିଜେଡି ନେତାଙ୍କ ଭିତରେ ଏହି ଘରକୁ ବଂଟନ କରିଥିଲେ। ଏହାକୁ ବିରୋଧ କରି ବିଜେପି ନେତା କୁଳମଣି ବରାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହା ପରେ ପିଡିଡିଆରଡିଏ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ନୋଟିସ ପଠାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶାସକ ଦଳର କର୍ମୀମାନେ କୁଳମଣି ବରାଳଙ୍କୁ ହତ୍ୟା କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ମାହାଙ୍ଗାର ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରିଥିବା ଦୃବୁର୍ତଙ୍କୁ ଏପର୍ଯ୍ୟନ୍ତ ପୋଲିସ ଧରିପାରିଲା ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ନିର୍ଦ୍ଦେଶରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଏବଂ ପରେ ଶାସକ ଦଳ ହତ୍ୟାକାରୀମାନଙ୍କୁ ସୁରକ୍ଷା ଦେଉଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧନୀକ ଶ୍ରେଣୀର ବିଜେଡି ନେତା ଯେଉଁମାନେ ବେଆଇନ ଭାବେ ପକ୍କା ଘର ହାତେଇଛନ୍ତି ସେମାନଙ୍କର ତାଲିକା ବିଜେପି କର୍ମୀମାନେ ରାଜ୍ୟର ସମସ୍ତ ଗାଁରେ ମାରିବେ। ଘର ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପର୍ଯ୍ୟନ୍ତ ବିଜେପି ଲଢେଇ କରିବ। ବିଜେଡି ଗୁଣ୍ଡାମାନେ ଯେପରି ବିଜେପି ନେତାଙ୍କୁ ହତ୍ୟା କରି ଭୟ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି ସେଥିରେ ଆମେ ବିଚଳିତ ନହୋଇ ଆଗାମୀ ଦିନରେ ଗରିବ ଲୋକଙ୍କୁ ପକ୍କା ଘର ଦେବା ପାଇଁ ସଂଘର୍ଷ ଜାରି ରଖିବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories