www.samajalive.in
Monday, December 8, 2025
20.1 C
Bhubaneswar

ବିଜେପିର ବରଗଡ ବ୍ରିଟ୍ କଲୋନୀରେ ଲୋକସମ୍ପର୍କ ପଦଯାତ୍ରା

ଭୂବନେଶ୍ୱର: ଆଜି ଭୂବନେଶ୍ୱରସ୍ଥ ୱାର୍ଡ ନମ୍ବର -୫୭ ଅନ୍ତର୍ଗତ ପାଣ୍ଡବ ନଗର(ଗୁମ୍ଫା) ବରଗଡ ବ୍ରିଟ୍ କଲୋନୀରେ ମାନସ ଦାସ ଓ ବିନ୍ଦୁ ବଳିୟାର ସିଂଙ୍କ ସହଯୋଗରେ ବିଜେପିର ଭୂବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ସୁଜିତ୍ ଜେନା ଓ ଦେବାଶିଷ ଜେନା ପ୍ରମୁଖ ଲୋକସମ୍ପର୍କ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ଅବସରରେ ଉକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

- Advertisement -

ଏହି ଅବସରରେ ପୋଷ୍ଟ ଅଫିସ୍‌ ଗୃହ ନିର୍ମାଣ, ଖେଳ ପଡିଆ ଏବଂ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ମଧ୍ୟରେ ଏସ୍ଏଚ୍ଜି ଗଠନ ଇତ୍ୟାଦି ପ୍ରମୁଖ ଥିଲା। ଏହାସହ ଉକ୍ତ କଲୋନୀର ଆବର୍ଜନା ନିଷ୍କାସନ ପାଇଁ ମୁଖ୍ୟ ନଳା ପ୍ରସସ୍ତିକରଣ କରିବା ଓ ଏହାକୁ ମୂଖ୍ୟ କେନାଲ୍‌ ସହ ସଂଯୋଗୀକରଣ କରିବା ପ୍ରସ୍ତାବକୁ ଲୋକସମ୍ପର୍କ ପଦଯାତ୍ରାରେ ଉପସ୍ଥିତ ଥିବା ବିଜେପିର କର୍ମୀମାନେ ବରଗଡ ବ୍ରିଟ୍କ ଲୋନୀବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ।
ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ବ୍ରିଟ୍ କଲୋନୀ ଡେଭଲପ୍‌ମେଣ୍ଟ ଆସୋସିଏସନ୍‌ର ସଭାପତି ଓ ସମ୍ପାଦକ ଏବଂ ଅବସରପ୍ରାପ୍ତ ସରକାରୀ ବ୍ୟକ୍ତିବିଶେଷ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories