www.samajalive.in
Monday, December 8, 2025
17.1 C
Bhubaneswar

ଦେଶରେ ଆଜି ସଂକ୍ରମିତ ୧୮ ହଜାର ୧୭୭, ଆରୋଗ୍ୟ ହାର ୯୬.୧୬ %

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୨୦ ହଜାର ୯୧୩ ଜଣ ସୁସ୍ଥ ହେବ ପରେ ମୋଟ କରୋନା ଜନିତ ଆରୋଗ୍ୟ ହାର ୯୬.୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏଠି ସହିତ ଗତ କାଲି ସୁଦ୍ଧା ୯୯ ଲକ୍ଷ ୨୭ ହଜାର ୩୧୦ ଜଣ ସୁସ୍ଥ ହୋଇଛନ୍ତି। ସେହି ସମୟ ମଧ୍ୟରେ ୧୮ ହଜାର ୧୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୩ ହଜାର ୯୬୫କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗୋଟିଏ ଦିନରେ ଚିକିତ୍ସାଧୀନ ଅବସ୍ଥାରେ ୨୧୭ ଜଣଙ୍କ ମୃତ୍ୟୁ ହେବା ଫଳରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫କୁ ବୃଦ୍ଧି ପାଇଛି। ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୪୫ ପ୍ରତିଶତ ରହିଛି। ଏବେ ସାରା ଦେଶରେ ଥିବା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲଗୁଡିକରେ ୨ ଲକ୍ଷ ୪୭ ହଜାର ୨୨୦ ଜଣ ଚିକିତ୍ସିତ ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୯ ଲକ୍ଷ ୫୮ ହଜାର ୧୨୫ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ସୁଦ୍ଧା ମୋଟ ୧୭ କୋଟି ୪୮ ଲକ୍ଷ ୯୯ ହଜାର ୭୮୩ଟି ନମୁନା ପରୀକ୍ଷା ହୋଇ ସାରିଥିବା ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories