www.samajalive.in
Monday, December 8, 2025
20.1 C
Bhubaneswar

ଆଜି ଠାରୁ ସର୍ବସାଧାଣଙ୍କ ଶ୍ରୀଜିଉ ଦର୍ଶନ

ଶ୍ରୀମନ୍ଦିରରେ ଆଜି ଠାରୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବଡ଼ ଦେଉଳର ବଡ ଠାକୁର। ଶ୍ରଦ୍ଧାଳୁଙ୍କ ଦୀର୍ଘ ଦିନର ଅପେକ୍ଷା ଅନ୍ତ ଘଟିଛି। କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ଶ୍ରୀମନ୍ଦିର ବନ୍ଦ ରହିଥିଲା। କିଛି ପୂର୍ବରୁ ଶ୍ରୀମନ୍ଦିରରେ ସେବାୟତଙ୍କ ପରିବାର ଦର୍ଶନ କରିବାର ସୁଯୋଗ ପାଇବା ସହ ପୁରୀବାସୀ ଦର୍ଶନ କରିଛନ୍ତି। ଆଜି ଠାରୁ ସର୍ବସାଧାଣଙ୍କ ପାଇଁ ଆରମ୍ଭ ହେବ ଜଗା ଦର୍ଶନ। ଏଥିପାଇଁ କୋଭିଡ ନିୟମ ଅନୁଯାୟୀ ସମସ୍ତ ନୀତି ନିୟମ ପାଳନ ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
ଏହାସହ ଶ୍ରଦ୍ଧାଳୁଙ୍କୁ ଭୋଟ ପରିଚୟ ପତ୍ର ସାଙ୍ଗରେ ନେବାକୁ ପଡିବ। ୮ଟି କିଓସ୍କ ଦେଇ ଯାଞ୍ଚ ଓ ସ୍କାନିଂ ପରେ ସିଂହଦ୍ୱାର ବାଟେ ପ୍ରବେଶ କରାଯିବ। ଦିନକୁ ୧୫ ହଜାରରୁ ଅଧିକ ଭକ୍ତଙ୍କ ଦର୍ଶନ ସୁବିଧା ମିଳିବା ନେଇ ବ୍ୟବସ୍ଥା କରାଯାଇଛି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories